ଇମ୍ଫା ରେ କୃତ୍ରିମ ବୁଦ୍ଧିମତା ଆଧାରିତ କ୍ୟାମେରା ସଂସ୍ଥାପନ ସମାରୋହ


ଥେରୁବାଲି-୧୭/୦୧/୨୦୨୫ ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ଆଚରଣ-ଆଧାରିତ ସୁରକ୍ଷାରେ କୃତ୍ରିମ ବୁଦ୍ଧିମତା ସମ୍ପର୍ଣ୍ଣ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରି ଓଡିଶା ସରକାରଙ୍କ କାରଖାନା ଓ ଵାଷ୍ପିତ ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶାନୁସାରେ, କୃତ୍ରିମ ବୁଦ୍ଧିମତ୍ତା ଆଧାରିତ କ୍ୟାମେରା କାର୍ଯ୍ୟକ୍ଷମ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ରାୟଗଡ଼ସ୍ଥିତ ଉପ ନିର୍ଦ୍ଦେଶକ ,କାରଖାନା ଓ ବଷ୍ପିତ ବିଭାଗ ଇଂ.ଚିତ୍ତରଞ୍ଜନ ବେଉରା ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରାୟଗଡ ସ୍ଥିତ ସହକାରୀ ନିର୍ଦ୍ଦେଶକ, କାରଖାନା ଓ ବଷ୍ପିତ ବିଭାଗ ଇଂ.ବିନିତ ସାରଙ୍ଗୀ ଏବଂ ଇମ୍ଫା ଥେରୁବାଲି ର ଉପସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମାନ ଅଶୀଷ୍ କୁମାର ରାୟଙ୍କ ଉପସ୍ଥିତିରେ ସଫଳତାର ସହ ସମ୍ପର୍ଣ୍ଣ ହୋଇଥିଲା। ଓଡ଼ିଶାରେ ପ୍ରଥମ ଥର ପାଇଁ ନିରନ୍ତର ଉତ୍ପାଦନ ଭିତ୍ତିକ ଶିଳ୍ପ କ୍ଷେତ୍ରରେ ଶୂନ୍ୟ ଦୁର୍ଘଟଣା ର ଲକ୍ଷ୍ୟ ନେଇ ସୁରକ୍ଷା ପ୍ରତି ସମ୍ବେଦନଶୀଳତା ର ଅଗ୍ରଦୂତ ଭାବେ ଇମ୍ଫାର ଏହି ଅଭିନବ ପ୍ରୟାସ ଔଦ୍ୟୋଗିକ ନିର୍ବାପନ ସୁରକ୍ଷା କ୍ଷେତ୍ରରେ ରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟି ସ୍ଥାପନ କରିବା ସହିତ ସୁରକ୍ଷା ଆଗ ମନୋଭାବର ଉଦ୍ରେକ ପାଇଁ ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣି ପାରିବ।

ଅଧିକ ପଢନ୍ତୁ