କବି ପ୍ରଭାତ ମିଶ୍ରଙ୍କର କବିତା ସଂକଳନ ‘ପ୍ରହରୀ’ର  ପାଠକାର୍ପଣ

ନୟାଗଡ଼,(ଓଡ଼ିଶା ଦର୍ପଣ): ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟରେ କବି ପ୍ରଭାତ ମିଶ୍ରଙ୍କ କବିତା ସଂକଳନ ‘ପ୍ରହରୀ’ ଉନ୍ମୋଚିତ ହୋଇଯାଇଛି  । ନୟାଗଡ଼ ସିରିଅସ୍ ଜୋନ୍ ଆନୁକୂଲ୍ୟରେ ଆୟୋଜିତ ଏହି ପାଠକାର୍ପଣ କାର୍ଯ୍ଯକ୍ରମରେ‌ ବହୁ ବୁଦ୍ଧିଜୀବୀ ଯୋଗଦେଇ ‘ପ୍ରହରୀ’ର ପାଠକୀୟ ପ୍ରସାରଣ ପ୍ରତି ଆଶାବାଦୀ ହୋଇଥିଲେ । ସଂପ୍ରତି ପ୍ରକାଶନ ସଂସ୍ଥାଗୁଡ଼ିକ ପୁସ୍ତକର  ଗୁଣାତ୍ମକ ମାନକୁ ଗୁରୁତ୍ୱ ଦେଉନଥିବା ବେଳେ ପ୍ରଭାତ ମିଶ୍ରଙ୍କ ‘ପ୍ରହରୀ’ ପ୍ରକାଶିତ କରି ଆଦିତ୍ୟ ଭାରତ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି, ଏହା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ପୁସ୍ତକ ପାଠକାର୍ପଣ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୌରପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ସାହିତ୍ୟ ଓ ସଂସ୍କୃତି ଗବେଷକ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିଜୟ କୁମାର ଚୌଧୁରୀ, ସିରିଅସ୍ ଜୋନ୍ ର ସଂପାଦକ ଯାମିନୀ କାନ୍ତ ମିଶ୍ର, ଅଧ୍ଯାପକ ତଥା କଥାକାର ଶୁଭ୍ରାଂଶୁ ବିଶ୍ବାଳ ଓ କବି ସୁଦର୍ଶନ ରାଉତ ଯୋଗଦେଇ ମିଳିତ ଭାବେ ‘ପ୍ରହରୀ’ର ପାଠକାର୍ପଣ କରିଥିଲେ । ମଞ୍ଚ ଉଦ୍ଘୋଷକ ଗୋପିନାଥ ସେଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଅଧିକ ପଢନ୍ତୁ