ଝାଡାବାନ୍ତିରେ ୧୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆକ୍ରାନ୍ତ ।

ନବରଙ୍ଗପୁର ଜିଲା ଖାତିଗୁଡ଼ା ସ୍ଥିତ ନବୋଦୟ ବିଦ୍ୟାଳୟରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ଗତକାଲି ୯ ଜଣ ଛାତ୍ର ଛାତ୍ରୀ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ପରେ ଆଜି ପୁଣି ସମସ୍ତଙ୍କର ଝାଡା ବାନ୍ତି ହେଉଥିବା ଖବର ପାଇ ଏକ ଡାକ୍ତରୀ ଟିମ ବିଦ୍ୟାଳୟ ପହଂଚିବା ବେଳେ ୧୦୦ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଏଭଳି ଡ଼ାଇରିଆରେ ଆକ୍ରାନ୍ତ ଥିବା ଜଣା ପଡିଥିଲା । ଡାକ୍ତରି ଟିମ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରଖିଛନ୍ତି ।କେଉଁ ପରିସ୍ଥିତିରେ ବିଦ୍ୟାଳୟରେ ଝାଡ଼ାବାନ୍ତି ବ୍ୟାପିଲା ତାକୁ ନେଇ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅଧିକ ପଢନ୍ତୁ

Odisha Darpan Digital