୯୦ ଦିନର ଅସୀମିତ କଲ୍ ସୁବିଧା ଏବେ ବିଏସଏନଏଲରେ

ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଏବେ ପୁଣି ଚର୍ଚ୍ଚାରେ । କମ୍ପାନୀ ଏକ ନୂତନ ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି। ତେବେ ଏହି ରିଚାର୍ଜ ପ୍ଲାନରେ ଆପଣଙ୍କୁ ଇଣ୍ଟରନେଟ୍ ମିଳିବ ନାହିଁ । ଅର୍ଥାତ୍ ଏହି ପ୍ଲାନ ରିଚାର୍ଜ କଲେ ଆପଣ ଇଣ୍ଟରନେଟ୍ ଚଲାଇପାରିବେ ନାହିଁ ।

୯୦ ଦିନର ବୈଧତା ସହିତ ଏହି ପ୍ରିପେଡ୍ ପ୍ଲାନ ଉପଭୋକ୍ତାମାନଙ୍କ ପାଇଁ ବେଶ୍ ଲାଭଦାୟକ ହେବ । ଖାସ୍ କରି ସେହି ଉପଭୋକ୍ତାଙ୍କ ପାଇଁ ଯେଉଁମାନେ ଅଧିକ ଡାଟା ଆବଶ୍ୟକ କରନ୍ତି ନାହିଁ କିନ୍ତୁ ଅଧିକ ଦିନକ ବୈଧତା ଚାହାଁନ୍ତି । ଏହି ଯୋଜନା ସିମ୍ କୁ ସକ୍ରିୟ ରଖିବା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଲାଭ କରିବା ପାଇଁ ଉପଯୁକ୍ତ । ବିଏସଏନଏଲର ଏହି ୯୦ ଦିନର ପ୍ରିପେଡ୍ ଯୋଜନାର ମୂଲ୍ୟ ୪୫୦ରୁ ମଧ୍ୟ କମ୍ ଅଟେ । ବିଏସଏନଏଲର ଏହି ସ୍ୱତନ୍ତ୍ର ୪୩୯ ଟଙ୍କିଆ ଶୁଳ୍କ ଭାଉଚରରେ କେବଳ ୯୦ ଦିନ ପାଇଁ ଅସୀମିତ କଲିଂ, ୩୦୦ ମଗଣା ମେସେଜ ପାଇପାରିବେ । ତେବେ ଜରୁରୀ ସମୟରେ ଯଦି ଆପଣଙ୍କୁ ଡାଟା ଆବଶ୍ୟକ ହୁଏ ତେବେ ଆପଣ ଅଲଗା ଡାଟା ରିଚାର୍ଜ କରିପାରିବେ । ଡୁଆଲ୍ ସିମ୍ ବ୍ୟବହାରକାରୀଙ୍କ ପାଇଁ ଏହା ଏକ ଭଲ ବିକଳ୍ପ ହୋଇପାରେ । ଯେଉଁମାନେ କେବଳ ସେମାନଙ୍କର ସିମ୍ ସକ୍ରିୟ ରଖିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଏହା ସବୁଠାର ଭଲ ବିକଳ୍ପ ।

ଅଧିକ ପଢନ୍ତୁ