ନୟାଗଡ଼,(ଓଡ଼ିଶା ଦର୍ପଣ): ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ଜଣ ଶିକ୍ଷକ ଯୋଗଦାନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କେନ୍ଦ୍ର ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ସାଂସ୍କୃତିକ ପ୍ରଶିକ୍ଷଣ ଓ ସାଧନ କେନ୍ଦ୍ର ବା ସିସିଆରଟି ପକ୍ଷରୁ ଆୟୋଜିତ ଏହି ୧୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାରତର ୮ଟି ରାଜ୍ୟରୁ ୪୩ ଜଣ ଶିକ୍ଷକ ଯୋଗଦାନ କରିଥିଲେ। ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମରେ ସନ୍ନିବେଶିତ ହସ୍ତକଳା କୌଶଳ ସମ୍ପର୍କରେ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।
ଚଳିତ ମାସ ୨୦ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ କ୍ଷେତ୍ର ଅଧିକାରୀ ଦେବାନାରାୟଣ ରଜକ ଏବଂ ସହକାରୀ କ୍ଷେତ୍ର ଅଧିକାରୀ ତ୍ରିପାଳ ସିଂ ଠାକୁର ପରିଚାଳନା କରିଥିଲେ। ଓଡ଼ିଶାରୁ କେବଳ ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ମନୋନୀତ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁ, ପ୍ରଶାନ୍ତ ପଟ୍ଟନାୟକ, ପ୍ରଶାନ୍ତ କୁମାର ଦାଶ, ଲକ୍ଷ୍ମୀଧର ସାହୁ, ବିକ୍ରମ କିଶୋର ସାହୁ, ଚିନ୍ତାମଣି ମହାରଣା, ବିଘ୍ନେଶ୍ୱର ବେହେରା, ଅଜୟ ମୁଦୁଲି ପ୍ରମୁଖ ଯୋଗଦାନ କରି ଏହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ।