କେବିସିରେ ସାଢେ ୧୨ ଲକ୍ଷ ଜିତିଲେ ରାଇରଙ୍ଗପୁର ଝିଅ

ଲୋକପ୍ରିୟ ଟିଭି ସୋ KBC(କୋନ୍‌ ବନେଗା କରୋଡପତି)ରେ ଓଡ଼ିଆ ଝିଅ କରିସ୍ମାଙ୍କ କମାଲ୍‌ । କେବିସିରେ ସଠିକ ଉତ୍ତର ଦେଇ ୧୨ ଲକ୍ଷ ୫୦ ହଜାର ଟଙ୍କା ଜିତିଛନ୍ତି କରିସ୍ମା । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ୱାର୍ଡ ନଂ ୬ ର ଏକ ବ୍ୟବସାୟିକ ପରିବାରରେ କରିଶ୍ମାଙ୍କ ଜନ୍ମ । ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ ରେ ଭାଗ ନେଇ ଅଞ୍ଚଳ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଯୌଥ ପରିବାରରେ ଜନ୍ମିତ କରିଶ୍ମା ଶର୍ମା ନିଜ ପରିଶ୍ରମ ବଳରେ ସମାଜ ପାଇଁ ପାଲଟିଛନ୍ତି ପ୍ରେରଣା । ବାପା ବିଜୟ କୁମାର ଶର୍ମା ରାଇରଙ୍ଗପୁର ଅଞ୍ଚଳରେ ବ୍ୟବସାୟ କରି ପରିବାର ଚଳାନ୍ତି । ଦୀର୍ଘ ଦିନରୁ ନିଜ ଝିଅକୁ କେବିସି ହଟ୍ ସିଟରେ ବସାଇବାର ସ୍ବପ୍ନ ଦେଖିଥିଲେ କରିଶ୍ମାଙ୍କ ବାପା ।

ବାପାଙ୍କର ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ୩ ବର୍ଷ ହେଲା ପରିଶ୍ରମ କରିଆସୁଥିଲେ କରିଶ୍ମା । ଆଉ ଚଳିତବର୍ଷ କୌନ ବନେଗା କରୋଡ଼ପତିର ସିଜିନ-୨୫ରେ ପଞ୍ଜିକରଣ କରି ହଟ ସିଟରେ ବସିବାର ସୌଭାଗ୍ୟ ପାଇଥିଲେ କରିଶ୍ମା । ଅମିତାଭଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇ କରିଶ୍ମା ଶର୍ମା ୧୨ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜିତି ପାରିଛନ୍ତି । କେବିସି ସିଜନ ସରିବା ପରେ ଅମିତାଭ ବଚ୍ଚନଙ୍କ ଦ୍ବାରା ଆୟୋଜିତ ଭୋଜିରେ ପରିବାର ଲୋକଙ୍କ ସହ ନିୟନ୍ତ୍ରିତ ପ୍ରତିଯୋଗୀ ଭାବରେ ଯୋଗ ଦେବେ କରିସ୍ମା । କରିସ୍ମାଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଅଧିକ ପଢନ୍ତୁ