ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ

ମାଟ୍ରିକ ପରୀକ୍ଷା ପୂର୍ବରୁ ବୋର୍ଡର ପ୍ରେସମିଟ । ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ ବୋଲି ବିଏସଇର ସଭାପତି ଶ୍ରୀକାନ୍ତ ତରାଇ ପ୍ରେସ ମିଟରେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୫ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବ୍ୟାପକ ବ୍ୟବସ୍ଥା କରିଛି ।ମାଟ୍ରିକ ପରୀକ୍ଷା ପୂର୍ବରୁ ବୋର୍ଡର ପ୍ରେସମିଟ। ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମେଟ୍ରିକ ପରୀକ୍ଷା ଚାଲିବ ବୋଲି ବିଏସଇର ସଭାପତି ଶ୍ରୀକାନ୍ତ ତରାଇ ପ୍ରେସ ମିଟରେ ସୂଚନା ଦେଇଛନ୍ତି।

ସେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ନ ହେବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି। ପ୍ରତି ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ, ଯଦି ଭାଇରାଲ ହୁଏ ଏଥିରୁ ଜଣାପଡିଯିବ।୩୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୧୦ ହଜାର ୭୭୮ ପରୀକ୍ଷାର୍ଥୀ । ମୋଟ ୪୭ଟି ମୂଲ୍ୟାୟନ କେନ୍ଦ୍ର ରହିଥିବାବେଲେ ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି। ୧୨ ତାରିଖରୁ ୧୯ ଭିତରେ ସୁବୁ ପରୀକ୍ଷା କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର । ଆସନ୍ତା ୧୦ ତାରିଖରୁ www.bseodisha.ac.inରୁ ଛାତ୍ରଛାତ୍ରୀମାନେ ନିଜ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ସେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି। ୬୦୦ ସେଣ୍ଟରରେ ଲାଗିବ ସିସିଟିଭି, ସମସ୍ତ ନୋଡାଲ ସେଣ୍ଟର ସିସିଟିଭି ନଜରରେ ରହିବ । ନିଜସ୍ବ ବ୍ୟବସ୍ଥାରେ AI ଟେକ୍ନୋଲୋଜି ଆପଣେଇବ ବୋର୍ଡ । ଖାସ୍ କରି ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । କାରଣ ଏଥର ପ୍ରଶ୍ନପତ୍ର ରହିବ ସିରିଏଲ ନମ୍ୱର । ଯାହାକି ଭାଇରାଲ୍ ହେଲେ ସହଜେ ଧରାପକାଇଦେବ । ପ୍ରଶ୍ନପତ୍ର ପ୍ରଘଟକାରୀଙ୍କୁ ସାବାଡ୍‌ କରିବା ପାଇଁ ଏଥର ମାଟ୍ରିକ୍‌ର ପ୍ରତି ପ୍ରଶ୍ନପତ୍ର ଉପରେ ପରୀକ୍ଷାର୍ଥୀଙ୍କ ବୁକ୍‌ଲେଟ୍‌ର କ୍ରମିକ ନମ୍ବର ତଥା ସିରିଏଲ୍‌ ନମ୍ବର ୱାଟର୍‌ ମାର୍କରେ ଉଲ୍ଲେଖ ରହିବ ।

ଅଧିକ ପଢନ୍ତୁ