ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଦେଶ ପରେ ଆମେରିକାରେ ଅବୈଧ ଅନୁପ୍ରବେଶକାରୀଙ୍କୁ ହଟାଇବା ପ୍ରକ୍ରିୟା ଜାରି ରହିଛି । ଏହିକ୍ରମରେ ବୁଧବାର ପଞ୍ଜାବ ଅମୃତସରରେ ୧୦୦ରୁ ଅଧିକ ଲୋକ ଆମେରିକାର ଏକ ବିମାନ ଯୋଗେ ଫେରିଥିଲେ । ଏଥିରେ ଲୋକଙ୍କ ହାତକୁ ହାତକଡ଼ି ଓ ଗୋଡକୁ ଚେନ୍ରେ ବନ୍ଧାଯାଇଥିଲା ବୋଲି ଖବର ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ।ଆମେରିକାରୁ ଫେରିଥିବା ପଞ୍ଜାବର ହରବିନ୍ଦର ସିଂ କହିଛନ୍ତି, ୪୦ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କ ହାତରେ ହାତକଡ଼ି ଓ ପାଦରେ ବେଡି ପଡ଼ିଥିଲା ।
ସିଟରୁ ହଲିବାକୁ ମଧ୍ୟ ବାରଣ କରାଯାଇଥିଲା । ଟଇଲେଟ୍ ବ୍ୟବହାରର ଅନୁମତି ମଧ୍ୟ ଦିଆଯାଇ ନ ଥିଲା ।କିନ୍ତୁ ବାରମ୍ବାର ଅନୁରୋଧ କରିବା ପରେ ସେମାନଙ୍କୁ ଘୋଷାଡ଼ି ଘୋଷାଡ଼ି ବାଥରୁମ୍ ନିଆଯାଉଥିଲା । ୪୦ ଘଣ୍ଟାର ଯାତ୍ରା ନରକ ଯନ୍ତ୍ରଣାଠାରୁ ମଧ୍ୟ ଅଧିକ ଥିଲା । ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ କଷ୍ଟ ଦିଆଯାଇଥିଲା । ତେବେ ପିଆଇବି ଫ୍ୟାକ୍ଟ ଚେକ୍ଟ ପକ୍ଷରୁ ଏକ ଫଟୋ ପୋଷ୍ଟ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଛି ଯେ, କୌଣସି ଭାରତୀୟଙ୍କ ଗୋଡ଼ରେ ଚେନ୍ କିମ୍ବା ହାତରେ ହାତକଡ଼ି ବନ୍ଧାଯାଇନାହିଁ । ତେଣୁ ସୋସିଆଲ୍ ମିଡିଆରେ ବୁଲୁଥିବା ଖବର ପୁରା ଭିତ୍ତିହୀନ ।