ରାସନ କାର୍ଡର E-KYC ପାଇଁ ଫେବୃୟାରୀ ୧୫ରେ ସରିବା ସମୟ ସୀମା ।

ଫେବ୍ରୁଆରି ୧୫ ସୁଦ୍ଧା ଯେଉଁମାନେ ରାସନ କାର୍ଡର ଇକେୱାଇସି ନ କରିବେ, ସେମାନଙ୍କ ନାଁ କଟାଯିବ। ଆଉ ଡେଡ ଲାଇନ୍ ବୃଦ୍ଧି କରାଯିବ ନାହିଁ। ପୁଣି ଥରେ ଏଭଳି ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ସମୟ ଭିତରେ ଯେଉଁମାନେ E-KYC କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ । ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ ଏବେ ସୁଦ୍ଧା କରିନାହାନ୍ତି E-KYC । E-KYC ନ କରିଥିବା କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତେବେ ନୂଆ ଲୋକଙ୍କୁ ବି ଯୋଡ଼ା ଯିବ । ଇତି ମଧ୍ୟରେ ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃୃଷ୍ଣ ଚନ୍ଦ୍ର ପାତ୍ର ।ରାସନ କାର୍ଡ ଫେରାଇ ଦେବାକୁ ଅଧିକ ରୋଜଗାରିଆଙ୍କୁ ମନ୍ତ୍ରୀ ଆହ୍ଵାନ ଦେଇଛନ୍ତି।

ସେ କହିଛନ୍ତି, ସରକାରୀ ଅଧିକାରୀମାନଙ୍କୁ ସର୍ଭେ କରିବାକୁ କୁହାଯାଇଛି। ଅଧିକ ରୋଜଗାର କରୁଥିବା ଲୋକ ଯଦି କାର୍ଡ ପାଇଛନ୍ତି, ଲିଖିତ ଭାବେ ଜଣାଇବାକୁ କୁହାଯାଇଛି। ଯେଉଁ ହିତାଧିକାରୀଙ୍କ ମୃତ୍ୟୁ ହୋଇ ଯାଇଛି, ଜିଲ୍ଲା ସ୍ତରରେ ସେମାନଙ୍କ ନାଁ କଟା ଯାଉଛି। ଅଧିକ ଆୟ କରୁଥିବା ଲୋକ ଯଦି ସମୟ ସୀମା ଭିତରେ କାର୍ଡ ନ ଫେରାନ୍ତି, ସରକାର କଠୋର ହେବେ ବୋଲି ଚେତାବନୀ ଦେଇଛନ୍ତି କୃଷ୍ଣ ପାତ୍ର।

ଅଧିକ ପଢନ୍ତୁ