ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମହାମହିମ। ପ୍ରୟାଗରାଜର ମହାକୁମ୍ଭରେ ସକାଳୁ ସକାଳୁ ବୁଡ଼ ପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ଦେଇଛନ୍ତି।ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ତରପ୍ରଦେଶ ମୁ୍ଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିଛନ୍ତି ।
ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ପରେପ୍ରଥମ ଥର ପାଇଁ ଦ୍ରୌପଦୀ ମୁର୍ମୁ କୁମ୍ଭମେଳାରେ ବୁଡ ପକାଇଛନ୍ତି । ରାଷ୍ଟ୍ରପତି ତ୍ରିବେଣୀରେ ପକ୍ଷୀମାନଙ୍କୁ ମଧ୍ୟ ଖାଇବାକୁ ଦେଇଛନ୍ତି। ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ତ୍ରିବେଣୀରେ ବୁଡ଼ ପକାଇଛନ୍ତି। ଏବଂ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି। ଆଉ ଆଜି ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ମହାକୁମ୍ଭରେ ବୁଡ଼ ପକାଇ ଇତିହାସ ରଚିଛନ୍ତି ଦ୍ରୌପଦୀ।