ବିବାହ ତିଥି ଆସିଯାଇଛି ଏପଟେ ସୁନା ଦର ବଢି ଚାଲିଛ । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ବର୍ତ୍ତମାନ ୮୭ ହଜାର ଉପରକୁ ଟପିଛି ସୁନା ରେଟ୍ ।ମଙ୍ଗଳବାର ଦେଶରେ ସର୍ବକାଳୀନ ରେକର୍ଡ଼ ଭାଙ୍ଗିଛି ସୁନାଦର। ୨୪ କ୍ୟାରେଟ୍ ସୁନା ଦାମ୍ ୮୭୦ ଟଙ୍କା ବୃଦ୍ଧି ପାଇଥିବାବେଳେ ୨୨ କ୍ୟାରେଟ୍ ସୁନା ୮୦୦ ଟଙ୍କା ବଢିଛି। ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୮୭ ହଜାର ୯୩୦ ଟଙ୍କାରେ ପହଞ୍ଚିଛି ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୦ ହଜାର ୬୦୦ ଟଙ୍କା ହୋଇଛି। ଏପଟେ ଦିଲ୍ଲୀରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ରେଟ ୮୮,୦୮୦ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ରେଟ ୧୦ ଗ୍ରାମକୁ ୮୦,୭୫୦ଟଙ୍କା ରହିଛି ।
ଏଭଳି ଦରବୃଦ୍ଧି ହେଲେ ଖୁବଶୀଘ୍ର ସୁନା ଦର ୧ଲକ୍ଷ ଛୁଇଁବ ବୋଲି ଆଶଙ୍କା କରୁଛନ୍ତି ବ୍ୟବସାୟୀ ।