ଶ୍ରମିକ ସଚେତନତା ରଥ ଶୁଭାରମ୍ଭ

ରୟାଗଡ଼:-ତା. ୧୧/୦୨-ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅନୁକୁଲ୍ୟରେ ରାୟଗଡା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ତା ୧୧.୦୨.୨୦୨୫ ରିଖରେ ଶ୍ରମିକ ସଚେତନତା ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି | ଏହି ଶ୍ରମିକ ସଚେତନତା ରଥକୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଶୁଭାରମ୍ଭ କରିଛନ୍ତି | ଏହା ଚଳିତ ମାସସାରା ଜିଲ୍ଲାର କୋଣ ଅନୁକୋଣ ପରିଭ୍ରମଣ କରି ସରକାରଙ୍କ ତରଫରୁ ଶ୍ରମିକ ମାନଙ୍କୁ ଦିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା, ପ୍ରବାସୀ ଶ୍ରମିକ ଆଇନ ଓ ଶିଶୁ ଶ୍ରମିକ ନିରୋଧ ଆଇନ ବିଷୟରେ ସଚେତନତା ସୃଷ୍ଟି କରିବ | ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ସୁବାଷ ମଣ୍ଡଳ, ସମସ୍ତ ସହକାରୀ ଶ୍ରମ ଅଧିକାରୀ, DCPU ସଦସ୍ୟ ଓ ଜିଲ୍ଲାପାଳ କାର୍ଯ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ