ଲାପଟପ ବଦଳରେ ଆସିଲା ମାର୍ବଲ ପଥର

ଅନଲାଇନରେ ଲାପଟପ କିଣିବା ପଡିଲା ମହଙ୍ଗା । ଲାପଟପ ବଦଳରେ ଆସିଲା ମାର୍ବଲ ପଥର । ଠକାମିର ଶିକାର ହୋଇଛନ୍ତି ସମ୍ବଲପୁର ଟାଉନ ଥାନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଏକ କ୍ଲିନିକ ମାଲିକ । ୬୧ ହଜାର ଟଙ୍କା ଅଗ୍ରୀମ ଦେଇ ଲାପଟପ ମଗାଇଥିଲେ।

ଗତ ୪ ତାରିଖରେ ଟଙ୍କା ଦେଇଥିଲେ। ଗତକାଲି ପହଞ୍ଚିଥିଲା ପାର୍ସଲ । ପାର୍ସଲ ଖୋଲିଲା ବେଳକୁ ତା ଭିତରୁ ମାର୍ବଲ ପଥର ବାହାରିଥିଲା ।ସେ ତୁରନ୍ତ ଅନଲାଇନ ଟ୍ରେଡିଙ୍ଗ କମ୍ପାନୀ ଶହ ଯୋଗା ଯୋଗ କରିଥିଲେ। ହେଲେ କୌଣସି ଉତ୍ତର ମିଳି ନଥିଲା। ଏନେଇ ଟାଉନ ଥାନାରେ ସେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅଧିକ ପଢନ୍ତୁ