ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି, ସାର୍ବଜନୀନ କରିବେ ସରକାର ।

ରତ୍ନଭଣ୍ଡାରକୁ ନେଇ ଶନିବାର ବିଧାନସଭାରେ ଏକ ବଡ଼ ଘୋଷଣା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୃହରେ ଲିଖିତ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଭଣ୍ଡାରରେ କେତେ ଅଳଙ୍କାର ଅଛି, ଗଣତି ମଣତି ଶେଷ ହେବା ପରେ ସାର୍ବଜନୀନ କରିବେ ସରକାର।ବର୍ତ୍ତମାନ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଚାଲୁ ରହିଛି, ଏହା ସରିବା ପରେ ଗଣତି ମଣତି ଆରମ୍ଭ ହେବ । ଶେଷ ଥର ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା । ଆଉ ଏଥିର ପୁଣି ଥରେ ଗଣତିମଣତି କରାଯାଇ ପୁରୁଣା ତଥ୍ୟ ସହ ମେଳ ଖୁଆଯିବ ।

ଏହା ପରେ ସମସ୍ତଙ୍କୁ ଏନେଇ ତଥ୍ୟ ପ୍ରଦାନ କରାଯିବ ।ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟସ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୬ ବର୍ଷ ହେବ ରତ୍ନଭଣ୍ଡାର ଖୋଲାଯାଇ ନ ଥିଲା । ଶେଷଥର ପାଇଁ ୧୯୭୮ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ଚାବି ହଜିବା ଠାରୁ ଆରମ୍ଭ କରି ବିଭିନ୍ନ ବାଧା ଦ୍ବାରା ରତ୍ନଭଣ୍ଡାର ବନ୍ଦ ପଡିଥିଲା ।

ଅଧିକ ପଢନ୍ତୁ