ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଜାଣିବାକୁ ଲୋକେ ସବୁବେଳେ ଆଗ୍ରହୀ ଥାନ୍ତି। ସେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କିଏ ପରିଚାଳନା କରନ୍ତି? ଲୋକମାନେ ଏସବୁ ବିଷୟରେ ଜାଣିବାକୁ ବହୁତ ଚାହାଁନ୍ତି। ମୋଦିଙ୍କ ଦୈନିକ ଭୋଜନକୁ ନେଇ ପୂର୍ବରୁ ଅନେକ ଆରୋପ ଲଗାଇଛନ୍ତି କଂଗ୍ରେସ ଦଳର ନେତା । କିନ୍ତୁ ଏହାକୁ ପ୍ରମାଣ କରିପାରିନାହିଁ କଂଗ୍ରେସ । ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦି କେବଳ ଶାକାହାରୀ ଖାଦ୍ଯ ଖାଇଥାଆନ୍ତି । ସେ ବାଦାମର ଅଟାରେ ପ୍ରସ୍ତୁତ ରୁଟି, ଭେଣ୍ଡି, ପାଳଙ୍ଗ, ଡାଲି, ପନିପରିବା ଓ କିଛି ମାତ୍ରାରେ ଭାତ ଖାଇଥାନ୍ତି । ତାହାସହ ଦ୍ୱିପ୍ରହରର ଭୋଜନ ପରେ ସେ ସବୁବେଳେ ଶେରଖଣ୍ଡ ଖାଇବାକୁ ପସନ୍ଦ କରନ୍ତି । ସନ୍ଧ୍ୟା ହେବା ପୂର୍ବରୁ ହିଁ ସେ ନିଜର ରାତ୍ରି ଭୋଜନ କରିଦିଅନ୍ତି । ୨୦୧୫ରେ ଏକ RTI ର ଉତ୍ତରରେ ସୂଚନା ଅଧିକାରୀ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟୀ ଖାଦ୍ୟ ପସନ୍ଦ କରନ୍ତି। ସେ ତାଙ୍କ ରୋଷେଇଆ ବଦ୍ରି ମୀନାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଆନ୍ତି। ପ୍ରଧାନମନ୍ତ୍ରୀ ବାଜରା ରୁଟି ଏବଂ ଖିଚଡି ଖାଇବାକୁ ପସନ୍ଦ କରନ୍ତି।
ଡାଏଟ ଯୋଜନାରେ, ପ୍ରଧାନମନ୍ତ୍ରୀ ମୋଦି ଦିନକୁ ଦୁଇଥର ଖାଦ୍ୟ ଖାଆନ୍ତି। ସକାଳ ୧୦ଟାରୁ ୫୫ ମିନିଟ ପର୍ଯ୍ୟନ୍ତ ଥରେ ଏବଂ ସା ୭ଟାରୁ ୫୫ ମିନିଟ ପର୍ଯ୍ୟନ୍ତ ଥରେ ଖାଆନ୍ତି। ଖାଦ୍ୟରେ ଅଧିକ ପ୍ରୋଟିନ ଏବଂ କମ କାର୍ବୋହାଇଡ୍ରେଟ ରଖିବାକୁ ପରାମର୍ଶ ଦିଆଯାଇଛି।ଏହାସହ ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ଯେହ ସକାଳ ୪ ଟାରୁ ବ୍ୟାୟାମ କରନ୍ତି । ଯୋଗରୁ ହିଁ ସେ ଦିନର ଆରମ୍ଭ କରିଥାଆନ୍ତି । ଆଉ ଏହି କାରଣରୁ ହିଁ ସେ ଏତେ ବୟସରେ ବି ସୁସ୍ଥ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦେବୀ ଦୁର୍ଗାଙ୍କ ପରମ ଭକ୍ତ । ସେ ବହୁତ ପୂଜାପାଠ କରନ୍ତି । ଅନେକ ସମୟରେ ସେ ଉପବାସ ରଖନ୍ତି । ମୋଦି ଦେଶର ପ୍ରଧାନମନ୍ତ୍ରୀ କିନ୍ତୁ ଖାଦ୍ୟରେ କମ୍ ଟଙ୍କା ଖର୍ଚ୍ଚ କରନ୍ତି । ଯାହା ଜଣେ ,ସାଧାରଣ ଲୋକ ମଧ୍ୟ କରିପାରିବ । ସୂତ୍ରାନୁଯାୟୀ, ମୋଦି ନିଜର ଦୈନନ୍ଦିନ ଖାଦ୍ୟରେ ୫୦ ଟଙ୍କା ଖର୍ଚ୍ଚ କରନ୍ତି । ଯାହା ସାଧାରଣ ଖାଦ୍ୟର ଦାମ ଭଳି ।