ପୁରୀ ରଥଯାତ୍ରା ପାଇଁ ଲାଗିବ AI କ୍ୟାମେରା। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସୋମବାର ପୁରୀ ଏସ୍ପି ବିନିତ ଅଗ୍ରୱାଲ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏନଏଚ୍ ଓ ବଡ଼ଦାଣ୍ଡରେ କ୍ୟାମେରା ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି ।
ପ୍ରତିବର୍ଷ କୋଟି କୋଟି ଭକ୍ତ ରଥଯାତ୍ରା ଦେଖିବାକୁ ବଡ଼ଦାଣ୍ଡରେ ଜମା ହେଉଥିବାବେଳେ ସେମାନଙ୍କ ଉପରେ ନଜର ରଖିବ ଏହି ସ୍ୱତନ୍ତ୍ର କ୍ୟାମେରା । ଅନ୍ୟପକ୍ଷେ ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସଗୁଡିକ ନାମରେ ନକଲି ୱେବସାଇଟ୍ ଖୋଲାଯାଇ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଠକାଯାଉଥିଲା । ଅନେକ ଲୋକ ଓ ପର୍ଯ୍ୟଟକ ଭକ୍ତନିବାସ ପାଇଁ ପଞ୍ଜୀକରଣ କରି ପୁରୀ ଆସିବା ପରେ ଠକାମିର ଶିକାର ହେଉଥିବା ଅଭିଯୋଗ କରାଯାଇଛି । ଏନେଇ ଅଭିଯୋଗ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ପୃକ୍ତ ଠକମାନଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କ୍ରାଇମ୍ବ୍ରାଞ୍ଚକୁ ଚିଠି ଲେଖାଯାଇଥିବା ନେଇ ସୂଚନା ରହିଛି ।