ସୁନା କିଣୁଥିଲେ ସାବଧାନ। ଓଜନ ମାପରେ ଠକୁଛନ୍ତି ଦୋକାନୀ। ଗତ ୫ ବର୍ଷ ରେ ୩୬ ଜଣ ବ୍ୟବସାୟୀ ଓଜନ ମାପ ଠକେଇରେ ଧରା ପଡ଼ିଛନ୍ତି।ଆଉ ସେମାନଙ୍କଠାରୁ ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି। ସେହିପରି ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ସୁନା ବିକ୍ରି କରୁଥିବା ଅଭିଯୋଗରେ ଧରାପଡିବା ପରେ ୭ ଜଣଙ୍କ ଲାଇସେନ୍ସ ବାତିଲ ଓ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି । ବିଗତ ପାଞ୍ଚ ବର୍ଷରେ କେଉଁ ସୁନା ଗହଣା ଦୋକାନରେ ମାନକ ଓ ମାପକରେ ତ୍ରୁଟି ଧରାଯାଇ ସେମାନଙ୍କ ବିରୋଧରେ କି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ, ସେ ସମ୍ପର୍କରେ ପଚାରିଥିଲେ ବିଧାୟକ । ଯାହାର ଉତ୍ତର ରଖିଥିଲେ ମନ୍ତ୍ରୀ ।
