ଦିଲ୍ଲୀରେ ଭାଜପା ଏହାର ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ କରିଛି

ଦିଲ୍ଲୀରେ ଭାଜପା ଏହାର ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ କରିଛି ଏବଂ ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ସାଲିମାରବାଗରୁ ବିଧାୟିକା ଅଛନ୍ତି ରେଖା ଗୁପ୍ତା । ଦିଲ୍ଲୀ ବିଜେପିର ସେ ମହାସଚିବ ଅଛନ୍ତି । ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି ରେଖା । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ କାଲି ରାମଲୀଳା ମୈଦାନରେ ହେବ । ତାଙ୍କ ନାଁ ସିଏମ ରେସର ସବୁଠାରୁ ଆଗରେ ରହିଥିଲା । ଏଥିସହିତ ଦଳ ପ୍ରବେଶ ବର୍ମା ବର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ହରାଇବା ପରେ ଆଲୋଚନା ହେଉଥିଲା ଯେ, ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିପାରେ। କିନ୍ତୁ ଏହା ହୋଇନାହିଁ, ତାଙ୍କୁ ଏବେ ରେଖା ଗୁପ୍ତାଙ୍କ ଅଧୀନରେ କାମ କରିବାକୁ ହେବ।

ଅଧିକ ପଢନ୍ତୁ