ଗ୍ରୀନ୍ ପାୱାର ବ୍ୟାଙ୍କିଂ ପ୍ରଦାନ ପାଇଁ ଏମଓୟୁ

ଗ୍ରୀଡ୍‌କୋ ବିଦ୍ୟୁତ୍‌ ନିୟାମକ ଆୟୋଗ ଗ୍ରୀନ୍‌ ଏନର୍ଜି ଓପନ ଆକ୍ସେସ୍‌ ରେଗୁଲେଶନ୍ସ, ୨୦୨୩ ଅଧୀନରେ ମେସର୍ସ ଅଭାଡା ଗ୍ରୀନ୍‌ ଏଚ୍‌ ୨ ପ୍ରାଇଭେଟ୍‌ ଲିମିଟେଡ୍‌୍‌ ସହ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ୨୫ ବର୍ଷ ପାଇଁ ଗଞ୍ଜାମର ଗୋପାଳପୁରରେ ବାର୍ଷିକ ୦.୫ ମେଟ୍ରିକ ଟନ୍‌ ବିଶିଷ୍ଟ ଗ୍ରୀନ୍‌ ଆମୋନିଆ ପ୍ଲାଣ୍ଟ ପାଇଁ ୩୦୦ ମେଗାୱାଟର ସବୁଜ ପାୱାର ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ କରିବ।ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା, ଆମେ ଆମ ରାଜ୍ୟରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ଏବଂ ୨୨,୦୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସହିତ ୧୪ଟି ସବୁଜ ହାଇଡ୍ରୋଜେନ୍/ଆମୋନିଆ ପ୍ରକଳ୍ପକୁ ଅନୁମୋଦନ କରିଛୁ ।

ରାଜ୍ୟରେ ସବୁଜ ହାଇଡ୍ରୋଜେନ୍ ଏବଂ ଆମୋନିଆ ଶିଳ୍ପ ପ୍ରତିଷ୍ଠାରେ ଏହା ଏକ ଐତିହାସିକ ଘଟଣା ।ଯେହେତୁ ଅକ୍ଷୟ ଶକ୍ତି ବିଦ୍ୟୁତ୍‌ ଉତ୍ପାଦନ ଅସ୍ଥିର, ଆମେ ସବୁଜ ଶକ୍ତିର ବ୍ୟାଙ୍କିଙ୍ଗ୍‌ ପାଇଁ ବ୍ୟବସ୍ଥା ସୃଷ୍ଟି କରିଛୁ, ଯାହା ସବୁଜ ହାଇଡ୍ରୋଜେନ ଏବଂ ଆମୋନିଆ ଡେଭଲପରମାନଙ୍କୁ ୨୪ ଘଣ୍ଟା ସବୁଜ ଶକ୍ତି ଯୋଗାଇବ । ସୂଚନା ଥାଉକି, ଗ୍ରୀନ୍‌ ହାଇଡ୍ରୋଜେନ ଏବଂ ଆମୋନିଆ ବିକାଶ ପାଇଁ ଓଡ଼ିଶା ଭାରତର ଅଗ୍ରଣୀ ରାଜ୍ୟ । ଅନୁକୂଳ ନୀତି, ବିକଶିତ ସାମୁଦ୍ରିକ ବନ୍ଦର ସହିତ ସବୁଜ ଶକ୍ତି ପାଇବା ପାଇଁ ଆବଶ୍ୟକ ଭିତ୍ତିଭୂମି, ସାର, ଇସ୍ପାତ ଏବଂ ଅନ୍ୟାନ୍ୟ ଧାତୁ ଶିଳ୍ପ ଏବଂ ତୈଳ ବିଶୋଧନାଗାରରେ ସବୁଜ ହାଇଡ୍ରୋଜେନ / ଆମୋନିଆର ଆବଶ୍ୟକ ରହିଛି ।

ଅଧିକ ପଢନ୍ତୁ