ନୟାଗଡ ଜଗନ୍ନାଥ ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗି ଲୁଟିନେଲେ ୫୦ ହଜାର ଟଙ୍କା । ଏହାସହ ଠାକୁରଙ୍କର ୧୫ ଶହ ଗ୍ରାମର ନାକଚଣା ଓ ଚିତା ନେଇଗଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ନାଇଟ ୱାଚାର ଠାରୁ ମିଳିଥିବା ସୂଚନା ଅନୁସାରେ ରାତି ସାଢ଼େ ୨ଟା ବେଳେ ଘଟଣାଟି ଘଟିଥିବା ଅନୁମାନ କରାଯାଉଛି । ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଘଟଣାରେ ୨ ରୁ ୩ ଜଣ ସମ୍ପୃକ୍ତ ରହିଥିବା ଅନୁମାନ କରାଯାଉଛି | ମନ୍ଦିରର ରାତ୍ରି ଜଗୁଆଳି ଥାଇ ବି କିପରି ଚୋରି ହେଲା ସେନେଇ ପ୍ରଶ୍ନ ଉଠିଛି ।
