ଭାରତୀୟ ବଂଶୋଦ୍ଭବ କାଶ ପଟେଲ ଶୁକ୍ରବାର ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI)ର ନବମ ନିର୍ଦ୍ଦେଶକ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ଯେଉଁଭଳି ଭାବରେ ଶପଥ ନେଇଥିଲେ ତାହା ଏବେ ସବୁଠି ଆଲୋଚନାର କେଦ୍ରବିନ୍ଦୁ ପାଲଟିଛି। ଶପଥ ନେବା ବେଳେ ସେ ଭଗବତ ଗୀତାକୁ ହାତରେ ଧରିଥିଲେ ଓ ଶପଥ ନେଇଥିଲେ। ନବମ ଏଫ୍ବିଆଇ ନିର୍ଦ୍ଦେଶକ ଭାବେ କାଶ୍ ପଟେଲ ଶପଥ ନେଇଛନ୍ତି । ପ୍ରଥମ ଭାରତୀୟ ଭାବେ କାଶ୍ ପଟେଲ ଏହି ଦାୟିତ୍ବ ତୁଲାଇବେ ।
କାଶ୍ ପଟେଲଙ୍କ ଘର ଗୁଜରାଟରେ । ୭ରୁ ୮ ଦଶକ ପୂର୍ବରୁ ତାଙ୍କ ପରିବାର ଭାରତ ଛାଡି ଉଗାଣ୍ଡା ପଳାଇଯାଇଥିଲା। ତାଙ୍କ ସମସ୍ତ ସମ୍ପର୍କୀୟ ଏବେ ବିଦେଶରେ ରହୁଛନ୍ତି । ଶପଥ ଗ୍ରହଣ କରିବା ପରେ, କାଶ ପଟେଲ କହିଥିଲେ ଯେ ମୁଁ ଆମେରିକୀୟ ସ୍ୱପ୍ନ ବଞ୍ଚୁଛି ଏବଂ ଯେଉଁମାନେ ଭାବୁଛନ୍ତି ଯେ ଆମେରିକୀୟ ସ୍ୱପ୍ନ ମରିଯାଇଛି, ସେମାନେ ଏଠାରେ ଦେଖିବା ଉଚିତ। ତୁମେ ଜଣେ ପ୍ରଥମ ପିଢ଼ିର ଭାରତୀୟଙ୍କ ସହ କଥା ହେଉଛ ଯିଏ ପୃଥିବୀର ସର୍ବଶ୍ରେଷ୍ଠ ରାଷ୍ଟ୍ରର ଆଇନ ପ୍ରବର୍ତ୍ତନ ସଂସ୍ଥାର ନେତୃତ୍ୱ ନେବାକୁ ଯାଉଛନ୍ତି। ଏହା ଅନ୍ୟ କୌଣସି ସ୍ଥାନରେ ଘଟିପାରିବ ନାହିଁ।