ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ତରଫରୁ ପରିବେଶ ସ୍ୱଚ୍ଛତା କାର୍ଯ୍ୟକ୍ରମ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ୍‌ସେବା ପ୍ରାଧ‌ିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ନୟାଗଡ଼ ଖେଳପଡ଼ିଆ ଠାରେ ପରିବେଶର ସୁରକ୍ଷା ପାଇଁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଖେଳପଡ଼ିଆ ପରିସରରେ ପାଣିବୋତଲ, ଜରି, ଗଛର ଡାଳପତ୍ର ପଡ଼ି ପଡ଼ିଆଟି ଅପରିଷ୍କାର ହୋଇ ପଡ଼ିଥିଲା। ଏହି ପଡ଼ିଆରେ ଖେଳପ୍ରେମୀ ମାନେ ପ୍ରତିଦିନ ଖେଳକୁଦ କରିଥାନ୍ତି। ନୟାଗଡ଼ର ସଚେତନ ବୁଦ୍ଧିଜୀବୀମାନେ ମଧ୍ୟ ପ୍ରାତଃ ଭ୍ରମଣ କରି ନିଜର ସ୍ଵାସ୍ଥ୍ୟ ପ୍ରତି ସଜାଗ ହୋଇଥାନ୍ତି। କିନ୍ତୁ ଦୁଃଖର ବିଷୟ ଅସଚେତନତା ଜନସାଧାରଣ ପଡ଼ିଆରେ ଅପରିଷ୍କାର କରି ପଡ଼ିଆଟିକୁ ଦୂଷିତ କରିଛନ୍ତି| ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ଆଇନସେବା ପ୍ରାଧ‌ିକରଣ ସଚିବଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସଚେତନତା କର୍ମୀମାନେ ହାତରେ ଝାଡୁଧରି ପଡ଼ିଆଟିକୁ ପରିଷ୍କାର କରିଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ରମେଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ମହାନ୍ତି, ସନ୍ଧ୍ୟାରାଣୀ ବେହେରା, ବେବି ବେହେରା, ପ୍ରକାଶ ଦଳେଇ, ଉମାକାନ୍ତ
ବାଇ, ମୋନାଲିସା ପରିଡ଼ା, କୀର୍ତି ଓ ରୀନାବାଳା ପ୍ରଧାନ, ମାମାଲି ଓ ଜୟନ୍ତୀ ପ୍ରମୁଖଙ୍କ ସହିତ ପ୍ରାଧିକରଣର କର୍ମଚାରୀ ପବନ କୁମାର ବେହେରା ଏବଂ ଅନ୍ୟାନ୍ୟ କର୍ମୀମାନେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ କର୍ମୀଙ୍କୁ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ଉତ୍ସାହିତ କରିଥିଲେ।

ଅଧିକ ପଢନ୍ତୁ