ପୁଣି ପାକିସ୍ତାନରେ ସୁରକ୍ଷିତ ମ୍ୟାଚ ନେଇ ଆଶଙ୍କା ପ୍ରକାଶ ପାଇଛି । ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଆତଙ୍କୀ ହାମଲା ନେଇ ସତର୍କତା ଜାରି କରାଯାଇଛି। ଟିଟିପି, ଆଇଏସ୍ଆଇଏସ୍ ଉପରେ କଡ଼ା ନଜର ରଖାଯାଇଛି ।ପାକିସ୍ତାନର ଗୁଇନ୍ଦା ବିଭାଗ ସୋମବାର ଦିନ ଏକ ହାଇ ଆଲର୍ଟ ଜାରି କରି ଦେଶର ସୁରକ୍ଷା ବାହିନୀକୁ “ସକ୍ରିୟ ଗୁପ୍ତ ଗୋଷ୍ଠୀ” ଦ୍ୱାରା ୨୦୨୫ ମସିହାର ଆଇଆଇସି ଚମ୍ପିଆନ୍ସ ଟ୍ରଫିରେ ଯୋଗଦେବା ପାଇଁ ବିଦେଶୀ ଅତିଥିମାନଙ୍କୁ ଅପହରଣ କରିବା ପାଇଁ ଏକ ଷଡ଼ଯନ୍ତ୍ର ବିଷୟରେ ସତର୍କ କରାଇ ଦେଇଛି।ପାକିସ୍ତାନର ସୁରକ୍ଷା ବାହିନୀ ଖେଳାଳି ଏବଂ ସେମାନଙ୍କ ସହିତ ଥିବା କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ପୁଲିସ ସମେତ ଉଚ୍ଚସ୍ତରୀୟ ସୁରକ୍ଷା ଦଳ ନିୟୋଜିତ କରିଛନ୍ତି।ଏହାପୂର୍ବରୁ ପାକିସ୍ତାନରେ ଶ୍ରୀଲଙ୍କା ଖେଳିବାକୁ ଯାଇଥିବା ବେଳେ ଆତଙ୍କୀ ହମଲା ହୋଇଥିଲା ।
ଯେଉଁଥି ପାଇଁ ପାକିସ୍ତାନରେ ଅନେକ ବର୍ଷ ଧରି ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ବନ୍ଦ ରହିଥିଲା । ଏହାପରେ ସ୍ଥିତିରେ ସୁଧାର ଆସିବା ପରେ ଦୀର୍ଘ ବର୍ଷ ପରେ ପାକିସ୍ତାନରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି । ବର୍ତ୍ତମାନର ଖବର ନିହାତି ଭାବରେ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ପ୍ରଭାବ ପକାଇପାରେ । ଏମିତିକି ଆଗକୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସୁଯୋଗ ମିଳିବ କି ନାହିଁ, ତାହା ପ୍ରଶ୍ନ ଉଠିଛି ।