ଆଗକୁ ଭୟାନକ ଗ୍ରୀଷ୍ମ ପ୍ରବାହ

ବର୍ଷର ୮ ମାସ ଗରମ ପ୍ରକୋପ ଯାଉନି । ଶୀତରେ ଛାଡ଼ୁନି ତାତି । ଆଗକୁ ସ୍ଥିତି ସାଂଘାତିକ ରୂପ ନେବ। ସବୁ ପ୍ରୟାସ ସତ୍ତେ୍ୱ ବିଶ୍ୱର ହାରାହାରି ତାପମାତ୍ରା ଦେଢ଼ ଡିଗ୍ରୀ ବଢ଼ି ସାରିଛି । ଆଇପିସିସିର ଭୟାନକ ଆକଳନ ଅନୁସାରେ ୨୦୫୦ ମସିହା ବେଳକୁ ବିଶ୍ୱର ହାରାହାରି ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ରାଜ୍ୟରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।

ତେବେ ୨୮ରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବୃଦ୍ଧି ପାଇପାରେ। ବୁଧବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ଝାରସୁଗୁଡା ୩୫.୪, ସମ୍ବଲପୁର ୩୫.୩, ଟିଟିଲାଗଡ ୩୫, ଭୁବନେଶ୍ବର ୩୩ ଏବଂ କଟକରେ ୩୦.୬ ଡିଗ୍ରୀ ରହିଛି। ଗତ ଦେଢ଼ ଦଶନ୍ଧି ହେଲାଣି ଭୟଙ୍କର ହାରରେ ତାତୁଛି ଓଡ଼ିଶା । ବର୍ଷର ହାରାହାରି ଦିନ ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ୨୦୨୨, ୨୦୨୩ ଓ ୨୦୨୪ର ତଥ୍ୟ କହୁଛି, ପ୍ରତିବର୍ଷ ଗରମର ପ୍ରକୋପ ପୂର୍ବଠାରୁ ଆହୁରି ଦ୍ରୁତ ଗତିରେ ବଢ଼ୁଛି । ୨୦୨୪ ଏପ୍ରିଲ ମାସରେ କ୍ରମାଗତ ଭାବେ ୧୬ ଦିନ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା ।

ଅଧିକ ପଢନ୍ତୁ