ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ ନାସା। ଏନେଇ ବୁଧବାର ଏକ ସାଟେଲାଇଟ୍ ଉତ୍କ୍ଷେପଣ କରିଛି ଆମେରିକା ମହାକାଶ ବିଜ୍ଞାନ ଗବେଶଣା କେନ୍ଦ୍ର। ସ୍ପେଶ୍ ଏକ୍ସ ଫାଲକନ୍ ନାଇନ୍ ରକେଟ୍ ସାହାଯ୍ୟରେ ସାୟେଲାଇଟ୍କୁ ମହାକାଶକୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। ଯାହାର ନାଁ ରହିଛି ଟ୍ରେଲବ୍ଲେଜର ।ବୁଧବାର ସନ୍ଧ୍ୟାରେ ଏହି ସାଟେଲାଇଟ୍ ଉତକ୍ଷେପଣ କରିଛି ନାସା । ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ଏହି ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ରହି ପାଣିର ସନ୍ଧାନ ଖୋଜିବ ।
ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ପାଣି ଖୋଜିବାରେ ସକ୍ଷମ ହେବ ବୋଲି ଆଶାୟୀ ଅଛନ୍ତି ନାସା ବୈଜ୍ଞାନିକମାନେ ।ଆଗାମୀ ଦିନର ମହାକାଶ ବିଜ୍ଞାନ କ୍ଷେତ୍ରରେ ଅଧିକ ପରୀକ୍ଷଣ ପାଇଁ ଚନ୍ଦ୍ରକୁ ମହାକାଶ ବିଜ୍ଞାନୀଙ୍କୁ ପଠାଇବାକୁ ଚିନ୍ତା କରାଯାଉଛି। ଆଉ ଏଥିପାଇଁ ଚନ୍ଦ୍ରରେ ପାଣି ଖୋଜିବା ନିଶ୍ଚିତ ଭାବେ ଏକ ଗୁରୁତ୍ବପୂର୍ଣ୍ଣ ମିଶନ୍। ଯଦି ଜହ୍ନରେ ପାଣି ମିଳିଯାଏ, ତାହାଲେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ଏକ ଅଦ୍ଭୁତପୂର୍ବ ସଫଳତା ହେବ।