ସରିଲା କୁମ୍ଭମେଳା । ମେଳାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।। ପ୍ରଧାନମନ୍ତ୍ରୀ ମୋଦି ମହାକୁମ୍ଭ ସମାପନକୁ ନେଇ ଏକ ବ୍ଲଗ୍ ଲେଖିଛନ୍ତି । ଯେଉଁଥିରେ ସେ ମହାକୁମ୍ଭକୁ ‘ଏକତାର ମହାଯଜ୍ଞ’ ବୋଲି କହିଛନ୍ତି । ଏହାସହିତ ମହାକୁମ୍ଭ ବ୍ୟବସ୍ଥାରେ କୌଣସି ଅଭାବ ରହିଥିଲେ, ଜନତା କ୍ଷମା କରିଦେବେ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ମହାକୁମ୍ଭ ବ୍ୟବସ୍ଥାରେ ଅଭାବକୁ ନେଇ କ୍ଷମା ମାଗି ଲେଖିଛନ୍ତି, ମୁଁ ଜାଣିଛି, ଏବେ ବଡ଼ ଆୟୋଜନ କରିବା ସହଜ କଥା ନୁହେଁ । ମୁଁ ଗଙ୍ଗା ମା’, ଯମୁନା ମା’, ସରସ୍ବତୀ ମା’ଙ୍କୁ ପ୍ରାର୍ଥନା କରୁଛି । ଯଦି ଆମ ଆରାଧନାରେ କୌଣସି ଅଭାବ ରହିଛି, ତେବେ କ୍ଷମା କରିଦେବେ । ମୋ ପାଇଁ ଜନତା ଈଶ୍ବର ସମାନ, ସମସ୍ତ ଶ୍ରଦ୍ଧାଳୁଙ୍କୁ ସେବାରେ କୌଣସି ଅଭାବ ରହିଥାଏ, ତେବେ କ୍ଷମା କରିଦେବେ ।ମହାକୁମ୍ଭ ପାଇଁ ଯୋଗୀ ସରକାରଙ୍କ ତରଫରୁ ସୁନ୍ଦର ପ୍ରସ୍ତୁତି ହୋଇଥିବା କହିଲେ ମୋଦି । ଏହାସହ କୁମ୍ଭମେଳାକୁ ଆସିବା ନେଇ ଲୋକଙ୍କ ହସ ହସ ଓ ଆବେଗ ଭରା ମୁହଁ ସେ କେବେ ଭୁଲିବେ ନାହିଁ ବୋଲି କହିଛନ୍ତି ।ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭର ଆୟୋଜନ ଆଧୁନିକ ଯୁବର ମ୍ୟାନେଜମେଣ୍ଟ ପ୍ରଫେସନାଲ, ପ୍ଲାନିଂ ଏବଂ ପଲିସି ଏକ୍ସପର୍ଟଙ୍କ ପାଇଁ ନୂଆଭାବେ ଅଧ୍ୟୟନର ବିଷୟ ପାଲଟିଛି । ଏହା ସମଗ୍ର ବିଶ୍ବରେ ଏଭଳି ବିରାଟ ଆୟୋଜନର କୌଣସି ତୁଳନା ନାହିଁ । ଏହାର ଅନ୍ୟ କୌଣସି ଉଦାହରଣ ମଧ୍ୟ ନାହିଁ ।