ସୁରେଶ ପନ୍ତ ନୂଆ ପିସିସିଏଫ ନିଯୁକ୍ତ ହୋଇଛନ୍ତି। ୧୯୯୦ ବ୍ୟାଚର ଆଇଏଫଏସ ଅଧିକାରୀ ଦେବୀଦତ୍ତ ବିଶ୍ୱାଳଙ୍କ ସ୍ଥାନ ନେଇଛନ୍ତି ସୁରେଶ ପନ୍ତ । ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।ବର୍ତ୍ତମାନ ସୁରେଶ ପନ୍ତ ଓଡ଼ିଶା ବନ ଉନ୍ନୟନ ନିଗମ (OFDC) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ (MD) ଭାବରେ କାର୍ଯ୍ୟ କରୁଛନ୍ତି । ଏହି ପଦବୀ ସେ ସେପ୍ଟେମ୍ବର 2021 ଠାରୁ ଗ୍ରହଣ କରିଆସୁଛନ୍ତି ।
