କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ନୟାଗଡ଼ ଠାରେ ଜବତ ହୋଇ ଗଚ୍ଛିତ ରହିଥିବା ଲୁହାପଥର କୁ ଚୋରା ଚାଲାଣ କରୁଥିବା ବେଳେ ବାମେବାରୀ ପୋଲିସ ୫ଜଣ ଙ୍କୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ରାଉରକେଲା ଅଞ୍ଚଳ ର ରୋହନ ଗୌଡ ,ଝାଡଖଣ୍ଡ ଜାମସେଦପୁର ର ରବୀନ୍ଦ୍ର ସିଂ ଭାଟି,ଦୀପକ ସିଂ,କେନ୍ଦୁଝର ର ସୁରେନ୍ଦ୍ର ସିଂ ,ଚମ୍ପୁଆ ର ଗୋବିନ୍ଦ ମହାନ୍ତ,।ସେହିପରି ଲୁହାପଥର ବୋଝେଇ ହୋଇଥିବା ଦୁଇ ଗୋଟି ଟ୍ରେଲର ଟ୍ରକ୍ ନଂ ଆର୍ ଜେ ୦୨ଜିବି ୨୫୬୭ ଓ ଜେ ଏଚ୍ ୦୫ସି ଏନ୍ ୩୪୯୪ ସମେତ ସେଠାରେ ଚୋର ମାନଙ୍କ ଦ୍ଵାରା ବ୍ୟବହାର କରା ଯାଉ ଥିବା ଦୁଇଟି ଚାରି ଚକିଆ ଯାନ ନଂ ଓଡ଼ି ୧୦ପି ୦୮୪୮ମାରୁତି ଏର୍ଟିକା ଓ ଓଡି ୦୩ ଇ ୨୭୩୭ସ୍କୋର୍ପିଓ କୁ ପୋଲିସ ଜବତ କରିଛି ।ଏତଦବ୍ୟତୀତ ଅଭିଯୁକ୍ତ ଙ୍କ ଠାରୁ ୬ଟି ମୋବାଇଲ ଜବତ ହୋଇଛି ।ଏହି ଚୋରା ଲୁହାପଥର ସୁଦୂର ଆନ୍ଧ୍ରପ୍ରଦେଶ ରାଜ୍ୟ ର ବିଶାଖା ପାଟଣା କୁ ଚୋରା ଚାଲାଣ ହେଉଥିଲା ।ଏହାର ଅଧିକ ତଦନ୍ତ ଚାଲିଥିବା ଭୋଇ ସୂଚନା ଦେଇଛନ୍ତି ।ଏ ସଂକ୍ରାନ୍ତରେ ବାମେବାରୀ ଥାନା ଆଇ ଆଇସି ଜୋସକେତନ ଭୋଇ କହିଛନ୍ତି ଯେ,ଶୁକ୍ରବାର ରାତି ୯ଟା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୋଲିସ ସଦଳ ବଳେ ନୟାଗଡ଼ ଅଞ୍ଚଳରେ ପଡିରହିଥିବା ଲୁହାପଥର ସ୍ଥାନରେ ଘେରି ଯାଇଥିଲେ ।ଫଳରେ ଅଭିଯୁକ୍ତ ମାନେ ଖସି ପଳାଇବାରେ ସକ୍ଷମ ହୋଇ ନ ଥିଲେ ।ପୋଲିସ ସେମାନଙ୍କୁ କାବୁ କରି ଗିରଫ କରିଥିଲା ।କେସ୍ ନଂ୨୨/୨୦୨୫ ରୁଜୁ କରାଯାଇ ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରିଛି ।ସୂଚନାଯୋଗ୍ୟ ଯେ,ଖଣି ବିଭାଗ ଦ୍ଵାରା ଜବତ ହୋଇଥିବା ଲୁହାପଥର ଗଦା ଗୁଡିକରେ ସୁରକ୍ଷାକର୍ମୀ ନ ଥିବାରୁ ଏହା ଉପରେ ଆନ୍ତଃରାଜ୍ୟ ଚୋର ମାନଙ୍କ ର ଲୋଲୁପ ଦୃଷ୍ଟି ପଡ଼ିଛି ।ଖଣି ବିଭାଗ ବିଭିନ୍ନ ଅଞ୍ଚଳରେ ପଡ଼ିଥିବା ଶହ ଶହ କୋଟି ଟଙ୍କା ର ଖଣିଜ କୁ ସୁରକ୍ଷିତ ସ୍ଥାନ କୁ ସ୍ଥାନାନ୍ତର କରୁ କିମ୍ବା ଓଡ଼ିଶା ଖଣି ନିଗମ ଦ୍ଵାରା ଶୀଘ୍ର ନିଲାମ କରାଇ ସରକାର ଙ୍କୁ ରାଜସ୍ବ ଦେଉ ନଚେତ୍ ଅଜସ୍ର କୋଟି ଟଙ୍କା ର ଖଣିଜ ଚୋର ଙ୍କ ଦ୍ଵାରା ରାଜ୍ୟ ବାହାର କୁ ଚୋରା ଚାଲାଣ ହୋଇ ଯିବ ।ଖଣିଜ ଚୋରି କୁ ରୋକିବା ପାଇଁ କେନ୍ଦୁଝର ଏସ୍ ପି ନୀତିନ କୁସଲକର ସମସ୍ତ ଥାନା କୁ ଜିରୋ ଟୋଲେରେନ୍ସ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।ଏଣୁ ଧରପଗଡ କୁ ଜୋରଦାର କରାଯାଇଛି ।
