ପଞ୍ଚାୟତିରାଜ ଦିବସ ତାରିଖ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ରାଜ୍ୟ ସରକାର ଓ ବିଜେପିକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଏଭଳି ନିଷ୍ପତ୍ତି ବିଜୁ ପଟ୍ଟନାୟକଙ୍କ ଅପମାନିତ । ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିବା ହୀନ ମାନ୍ୟତାର ପରିଚୟ । ବିଜୁ ପଟ୍ଟନାୟକଙ୍କୁ ଅପମାନ କରିବା ଅସ୍ମିତାକୁ ଅପମାନ କରିବା ସଦୃଶ ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ସେ କହିଛନ୍ତି, ବିଜୁ ପଟ୍ଟନାୟକ ମହିଳାଙ୍କୁ ସଶକ୍ତି କରିଥିଲେ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶସକୁ କରିଥିଲେ । ବିଗତ ୩୦ ବର୍ଷ ହେବ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହୋଇ ଆସୁଛି । ଏହାକୁ ପାଳନ ପଛରେ କିଛି ଆସିମ୍ବିଧାନିକ ନୁହେଁ କିମ୍ବା କୌଣସି ରାଜନୀତିକ ଉଦ୍ଦେଶ୍ୟ ନଥିଲା। କିନ୍ତୁ ଦେଶରେ ୨୦୧୦ ରୁ ପଞ୍ଚାୟତିରାଜ ପାଳନ ହେଉଛି । ତେବେ ତେବେ ପ୍ରତି ବର୍ଷ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟିତରାଜ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପୁରସ୍କାର ଆଦି ପ୍ରଦାନ କରାଯାଇଥାଏ। ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ଏହି ଅସଂହତି ଦୂର କରିବା ପାଇଁ ଓଡିଶାରେ ମାର୍ଚ୍ଚ ୫ ତାରିଖକୁ ଆଉ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାନଯାଇ ଏପ୍ରିଲ ୨୪ ତାରିଖରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।