ବିଶ୍ବ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ବାଣ୍ଟିବେ ସୁଭଦ୍ରା ଟଙ୍କା

ଆସନ୍ତା ୮ତାରିଖ ଦିନ ବିଶ୍ବ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି। ଏଥିପାଇଁ ବ୍ରହ୍ମପୁର ସ୍ଥିତ ଆମ୍ବପୁଆ ବିବେକ ବିହାରଠାରେ ଆୟୋଜିତ ବିରାଟ ଜନସଭାରେ ଯୋଗଦେବେ ।

ତେବେ ଏବେ ପର୍ଯ୍ୟନ୍ତ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ବେଳେ, ୧ କୋଟି ଟପିସାରିଛି ଆବେଦନ ସଂଖ୍ୟା । ପ୍ରଥମ କିସ୍ତିର ୪ଟି ପର୍ଯ୍ୟାୟରେ ମୋଟ ୯୮ ଲକ୍ଷ ମହିଲାଙ୍କ ଖାତାକୁ ସୁଭଦ୍ରା ଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ଆଉ ଯେଉଁମାନେ ସୁଭଦ୍ରାରୁ ବଞ୍ଜିତ ଅଛନ୍ତି, ସେମାନଙ୍କୁ ଆସନ୍ତା ମାର୍ଚ୍ଚ ୬ରେ ପଞ୍ଚମ ପର୍ଯ୍ୟାୟରେ ପ୍ରଥମ କିସ୍ତି ମିଳିବ । ଏହା ପରେ ମାର୍ଚ୍ଚ ୮ରେ ମିଳିବ ଦ୍ବିତୀୟ କିସ୍ତି ଟଙ୍କା । ଯେଉଁମାନେ ପ୍ରଥମ କିସ୍ତି ପାଇଥିବେ, ସେମାନଙ୍କୁ ହିଁ ଦ୍ବିତୀୟ କିସ୍ତି ମିଳିବ

ଅଧିକ ପଢନ୍ତୁ