ହୋଷ୍ଟନରୁ ଫୋଇନିକ୍ସ ଯାଉଥିବା ସାଉଥ୍ ୱେଷ୍ଟ ଏୟାର ଲାଇନ୍ସ ଫ୍ଲାଇଟ୍ ଯାତ୍ରୀ ଓ କ୍ରିଉ ମେମ୍ବର ଜଣେ ମହିଳାଙ୍କ ପାଇଁ ହୋଇଛନ୍ତି ହଟହଟା । ବିମାନରେ ଯାତ୍ରୀମାନେ ନିଜ ନିଜ ସିଟରେ ବସିବା ପରେ ବିମାନଟି ଟେକଅଫ୍ କରିବାର ଥିଲା । କିନ୍ତୁ ଠିକ୍ ଏତିକିବେଳେ ମହିଳା ଯାତ୍ରୀ ଜଣକ ବିମାନରୁ ଓହ୍ଲାଇବା ପାଇଁ କହିଲେ ।ଖବର ମୁତାବକ, ବିମାନ ନଂ ୭୩୩ ହ୍ୟୁଷ୍ଟନରୁ ଫିନିକ୍ସ ଯାଉଥିବା ସାଉଥ ୱେଷ୍ଟ ଏୟାରଲାଇନ୍ସର ଏକ ବିମାନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବିମାନଟି ୱିଲିୟମ ପି.ହବି ଏୟାରପୋର୍ଟରୁ ଉଡାଣ ଭରିବା ପରେ ମଝି ଆକାଶରେ ଯୁବତୀ ଜଣକ ହଠାତ୍ ଡ୍ରେସ ଖୋଲି ଦେଇଥିଲେ । ଆଉ ବିମାନ ଭିତରେ ୨୫ ମିନିଟ ବୁଲିଥିଲେ । ଏଭଳି ହାଇଭୋଲଟେକ ଡ୍ରାମା ଦେଖି ଅସହଜ ହୋଇପଡିଲେ ଯାତ୍ରୀ । ଏହା ଦେଖି ବିମାନରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ବିମାନ କକ୍ ପିଟ୍କୁ ଜବରଦସ୍ତ ପଶିବାକୁ ଚେଷ୍ଟା କରିଥିଲେ । ଏହାପରେ ଯାତ୍ରୀମାନଙ୍କ ସାମ୍ନାରେ କପଡା କାଢିଦେଇଥିଲେ ।
ମଝି ଆକାଶରେ ଏଭଳି କାଣ୍ଡ ପରେ ବିମାନଟି ନିଜ ଗନ୍ତବ୍ୟ ସ୍ଥଳକୁ ନ ଯାଇ ପୁଣି ଟେକ୍ଅଫ୍ କରିଥିବା ସ୍ଥାନକୁ ଫେରିଥିଲା । ଏହାପରେ ହ୍ୟୁଷ୍ଟନ ପୋଲିସ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇ ମେଡିକାଲ ଯାଞ୍ଚ ପାଇଁ ପଠାଯାଇଥିଲା ।