କଟକର ଐତିହାସିକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଓଡ଼ିଶା ସରକାରଙ୍କ କୌଣସି ଯୋଜନା ନାହିଁ।

କଟକର ଐତିହାସିକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଓଡ଼ିଶା ସରକାରଙ୍କ କୌଣସି ଯୋଜନା ନାହିଁ।ବିଧାନସଭାରେ ଶୁକ୍ରବାର ଦିନ କଂଗ୍ରେସ ବିଧାୟକ ସୋଫିଆ ଫିରଦୋସଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କ୍ରୀଡ଼ା ଏବଂ ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଦ୍ୱାରା ପରିଚାଳିତ ବାରବାଟୀ କ୍ରିକେଟ ଷ୍ଟାଡିୟମର ନବୀକରଣ ପାଇଁ ସରକାରଙ୍କ ପାଖରେ ଏପରି କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ସେହିପରି ମନ୍ତ୍ରୀ କଟକ ଜିଲ୍ଲାରେ ଉପଲବ୍ଧ ଥିବା କ୍ରୀଡ଼ା ଭିତ୍ତିଭୂମି ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ