କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ର କୋଟି କୋଟି କର୍ମଚାରୀ ଖୁବ୍ ଶୀଘ୍ର ଖୁସି ଖବର ପାଇବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଅନେକ ଦିନ ଅପେକ୍ଷା କରିବାକୁ ପଡୁଥିଲା, କିନ୍ତୁ ନୂତନ ପରିବର୍ତ୍ତନ ପରେ, କିଛି ମିନିଟ୍ ମଧ୍ୟରେ ପିଏଫ୍ ଟଙ୍କା ଆପଣଙ୍କ ହାତରେ ଆସିଯିବ । ସରକାର ଖୁବ୍ ଶୀଘ୍ର ପିଏଫ୍ ଟଙ୍କା ଉଠାଇବା ପାଇଁ ଏଟିଏମ୍ କାର୍ଡ ପ୍ରଚଳନ କରିବାକୁ ଯୋଜନା କରୁଛନ୍ତି । ଏହା ବ୍ୟତୀତ, ଟଙ୍କା ସ୍ଥାନାନ୍ତର ପାଇଁ UPI ମଧ୍ୟ ବ୍ୟବହାର କରାଯାଇପାରିବ, ଯାହା ପାଇଁ EPFO NPCI ସହ କଥା ହେଉଛି । ଅନ୍ୟପକ୍ଷେ EPFOର ଏକ ବିବୃତ୍ତି ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ନିଯୁକ୍ତିଦାତାଙ୍କ ମାଧ୍ୟମରେ EPFO ଦ୍ୱାରା ପ୍ରାପ୍ତ ମୋଟ ୮ ଲକ୍ଷ ସଂଶୋଧନ ଅନୁରୋଧ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତକୁ ଏବେ ସଦସ୍ୟମାନେ ନିଜେ ଅନୁମୋଦନ କରିପାରିବେ, ସେ ବି ନିଯୁକ୍ତିଦାତା କିମ୍ବା EPFOର ଅନୁମୋଦନ ବିନା। କିନ୍ତୁ ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଯଦି UAN ୧ ଅକ୍ଟୋବର ୨୦୧୭ ପୂର୍ବରୁ ଜାରି କରାଯାଇଛି, ତେବେ ପ୍ରୋଫାଇଲରେ ଯେକୌଣସି ଅପଡେଟ୍ ପାଇଁ ନିଯୁକ୍ତିଦାତାଙ୍କ ଅନୁମୋଦନ ଆବଶ୍ୟକ ହେବ।
