ନୟାଗଡ଼ରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧୁକରଣଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତବର୍ଷ ୨୦୨୫ର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୭୧ଟିରୁ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭,୩୦,୦୦୦/- ଟଙ୍କା ପ୍ରଦାନ କରିବାପାଇଁ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ସେହିପରି ୬୬ଟି ଦେୱାନୀ ମାମଲା ଫଇସଲା କରାଯାଇଥିଲା। ଏନ୍.ଆଇ. ଆକ୍ଟ କେସ୍ ୬୧ଟିରୁ ୮ଟି ଫଇସଲା କରାଯାଇ ୧,୮୦,୦୦୦/-ଟଙ୍କା ଆଦାୟ କରାଯାଇଥିଲା ଏବଂ ବିବାହ ଜନିତ ୪୪ଟିରୁ ୮ଟି ମାମଲା ଫଇସଲା
କରାଯାଇଥିଲା। ଅନ୍ୟାନ୍ୟ ଫୌଜଦାରୀ ୩୫୬ଟିରୁ ୧୭୮ଟି ଏହା ବାବଦକୁ ମୋଟ ୩୦,୦୦୦ ଟଙ୍କା ଫାଇନ୍ ଆଦାୟ କରାଯାଇ ମାମଲାର ଫଇସଲା କରାଯାଇଥିଲା। ବ୍ୟାଙ୍କଋଣ ନେଇ ଋଣପରିଶୋଧ କରିନଥିବା ୨୫୧୭ ଜଣଙ୍କ ମଧ୍ୟରୁ ୮୬ଜଣ ଋଣଗ୍ରହୀତାଙ୍କ ଠାରୁ ୩୦, ୨୦,୫୮୦/- ଟଙ୍କା ଦେବାପାଇଁ ରାଜିନାମା ସ୍ଵାକ୍ଷରିତ କରାଯାଇଥିଲା। ସେହିପରି ୨୮୮୬ଟି ରାଜସ୍ୱ ମାମଲା ଫଇସଲା କରାଯାଇ ମୋଟ ୧୮,୭୬,୫୩୩ ଟଙ୍କା ଆଦାୟ କରାଯାଇଥିଲା। ଜିଲ୍ଲା ସ୍ଵାୟୀ ଏବଂ ନିରନ୍ତର ଲୋକ ଅଦାଲତରେ ୪ଟି ମାମଲାର ଆପୋଷ ସମାଧାନ ହୋଇଥିଲା। ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରୀଜା ରାୟ, ସିଜେଏମ୍ ଶୃତିସ୍ନିଗ୍ଧା ଦାସ, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ସତ୍ୟବ୍ରତ ରଣା, ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି (ଏଲ୍‌ଆର୍ ଆଣ୍ଡ ଏଲ୍‌ଟିଭି) ରବିନାରାୟଣ ବେହେରା, ସଚିବ ଅଞ୍ଜଳି ମଛଖଣ୍ଡ,ଏସ୍‌ଡିଜେଏମ୍ ସୋମାପିକା ସମଦର୍ଶିନୀ, ଜେଏମ୍ଏଫ୍ଏସି ଲଳିତା ପାତ୍ର, ଜେଏମ୍ଏଫ୍ଏସି ସମୃଦ୍ଧିସାଗରିକା ବାରିକ ପ୍ରମୁଖ ଉପସ୍ଥିତ ରହି ନିଜନିଜର ଅଦାଲତ ପରିବାଳନା କରିଥିଲେ। ରେଜିଷ୍ଟ୍ରର ସୋନାଲି ସାଗରୀକା,ମହିଳା କୋର୍ଟ ବିଚାରପତି ସ୍ଵୟଂପ୍ରଭା ଆଚାର୍ଯ୍ୟ, ଜିଲ୍ଲା ସଂଯୋଜକ (ପିସିଆଇ) ଶୁଚିସ୍ମିତା ପ୍ରିୟଦର୍ଶିନୀ ଉପସ୍ଥିତ ରହିଥିଲେ। ଏହି ଲୋକଅଦାଲତକୁ ସଫଳ କରିବାପାଇଁ ସମସ୍ତ ନ୍ୟାୟ ଅଧିକାରୀ ମିତ୍ର, ଅଧିବକ୍ତା ଦଣ୍ଡପାଣି ସ୍ଵାଇଁ,ରମେଶ ଚନ୍ଦ୍ର ମହାରଣା ଏବଂ ଜିଲ୍ଲା ଆଇନ ସେବା ପାଧୁକରଣର କର୍ମଚାରୀବୃନ୍ଦ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ