୮ମାସରେ ୬ଟି ମୁଣ୍ଡ ନେଲଣି ମୋ ବସ୍ । ଜୁନ୍ ୨୦୨୪ ଠାରୁ ବର୍ତ୍ତମାନ ଯାଏଁ କଟକ, ପୁରୀ ଓ ଭୁବନେଶ୍ବରରେ ପରିଚାଳିତ ମୋ ବସ୍ ସେବା ଦ୍ୱାରା ୧୯ଟି ଦୁର୍ଘଟଣା ଘଟିଛି । ବିଜେଡି ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଆହୁରି ବି କହିଛନ୍ତି, ୨୦୨୫ ଫେବୃଆରୀ ମାସରେ ଦୁଇଟି ଘଟଣାରେ ମୃତକଙ୍କ ପରିବାରକୁ ୩,୦୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହା ସହିତ, ବସ୍ ଅପରେଟର ମଧ୍ୟ, ଆହତ ଏବଂ ମୃତକଙ୍କ ପରିବାର ପାଇଁ ଏକ ବ୍ୟାପକ ବୀମା ପଲିସି ମାଧ୍ୟମରେ କ୍ଷତିପୂରଣ ପ୍ରଦାନ କରୁଛନ୍ତିବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷେ ୧୦ ବର୍ଷରେ ହାତୀ ଆକ୍ରମଣରେ ୧୨୦୯ ଲୋକେ ପ୍ରାଣ ହରାଇଛନ୍ତି। ଗତ ୧୦ ବର୍ହରେ ମୋଟ୍ ୮୮୮ଟି ହାତୂ ମୃତ୍ୟୁବରଣ କରିଛନ୍ତି।ଶିକାରରେ ୩୩, ଯୋଜନାବଦ୍ଧ ଭାବେ ୧୬, ରୋଗରେ ୩୦୬ ହାତୀ ମୃତ୍ୟୁ ବରଣ କରିଛନ୍ତି। ବିଦ୍ୟୁତ ଆଘାତରେ ୧୫୮ ଓ ସଡ଼କ-ରେଳ ଦୁର୍ଘଟଣାରେ ୩୭ଟି ହାତୀ ମୃତ୍ୟୁବରଣ କରିଛନ୍ତି। ବିଧାନସଭାରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଲିଖିତ ଉତ୍ତର ରଖିଛନ୍ତି।
