ଦୁନିଆର ସବୁଠୁ ଅଧିକ ୨୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତ ୧୩ଟି ସହର ସ୍ଥାନ ପାଇଛି । ତେବେ ବିଶେଷଜ୍ଞଙ୍କ ମତରେ ଏଣିକି ଭାରତକୁ ୫ଟି ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ବାୟୁକୁ ନିର୍ମଳ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା , ପବ୍ଲିକ ଟ୍ରାନପୋର୍ଟ ବଢ଼ାନ୍ତୁ,ନିର୍ମାଣ କାମରେ କମ ପ୍ରଦୂଷଣ କରାଯାଉ , ଏଲପିଜି ବ୍ୟବହାର ବଢ଼ାଯାଉ,ଲୋକଙ୍କ ମଧ୍ୟରେ ସଚେତନତା। କିନ୍ତୁ ସବୁଠୁ ରୋଚକ କଥା ହେଉଛି, ପ୍ରଥମ ଥର ପାଇଁ ଦିଲ୍ଲୀ ସହର ଭାବେ ପ୍ରଦୂଷଣ ରାଙ୍କରେ ପଛରେ ପଡିଛି । ଆସାମର ବିର୍ନିହାଟ ସହର ଏହି ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି । ତେବେ ଦିଲ୍ଲୀ ବିଶ୍ବର ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ଭାବେ ରେକର୍ଡ କରିଛି ।
ରିପୋର୍ଟ ଅନୁସାରେ, ୨୦୨୪ ତୁଳନାରେ ଭାରତରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି । ୨୦୨୩ରେ ଭାରତ ପ୍ରଦୂଷିତ ରାଷ୍ଟ୍ରମାନଙ୍କରେ ୩ୟ ନମ୍ବର ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୨ଟା ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛି । ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଦୂଷିତ ସହର ମଧ୍ୟରୁ ୧୩ଟି ଭାରତର ହୋଇଥିବା ବେଳେ ଏଥିରେ ବର୍ନିହାଟ, ଦିଲ୍ଲୀ, ପଞ୍ଜାବର ମୁଲାନପୁର, ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁଡ଼ଗାଓଁ, ଗଙ୍ଗାନଗର, ଗ୍ରେଟର ନୋଏଡା, ଭିୱାଡି, ମୁଜାଫରନଗର, ହନୁମାନଗଡ଼ ଏବଂ ନୋଏଡା ତାଲିକାଭୁକ୍ତ ହୋଇଛି ।