ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ନିର୍ବାଚନ:ରଣଜିତ ସଭାପତି, ସୁରେନ୍ଦ୍ର ସମ୍ପାଦକ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ରଣଜିତ ରଥ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ସୁରେନ୍ଦ୍ର କୁମାର ସାହୁ ଏବଂ କୋଷାଧକ୍ଷ ଭାବେ ସୁରେନ୍ଦ୍ର କୁମାର ଶତପଥୀ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ଦୁର୍ଗାମାଧବ ଦୋରା, ସାହ ସମ୍ପାଦକ ଭାବେ ଦୁଇଜଣ ତପନ କୁମାର ସେଠୀ ଏବଂ ଆଶିଷ କୁମାର ସାମଲ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରୀ କମିଟିକୁ ଜୀବନଜ୍ୟୋତି ସେଠୀ,ବଳଭଦ୍ର ବିଶ୍ୱାଳ,ସୁମନ୍ତ କୁମାର ନାୟକ,ବ୍ରଜବନ୍ଧୁ ମହାରଣା ଏବଂ ଅର୍ଜୁନ ଯାନୀ ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ନୂତନ ସଂଘ ଜିଲ୍ଲାରେ କାର୍ଯ୍ୟରତ ହାବିଲଦାର ଏବଂ କନେଷ୍ଟବଳଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ ବୋଲି ନିର୍ବାଚିତ କର୍ମକର୍ତ୍ତା ମାନେ କହିଛନ୍ତି।

ଅଧିକ ପଢନ୍ତୁ