‘ବନ୍ଦ ରହିବ କନେଷ୍ଟବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା’

ଆଇଆରବି ବାଟାଲିୟନ୍ କନ୍‌ଷ୍ଟେବଳ ସିପାହୀ ନିଯୁକ୍ତି ପ୍ରକ୍ରିୟା ଉପରେ ଗୁରୁବାର ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଆସନ୍ତା ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା, କିନ୍ତୁ ଅନ୍ୟାଦେଶ ଯାଏ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ଲାଗି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଶୁଣାଣି କରି କହିଛନ୍ତି ଯେ, ଅନ୍ୟାଦେଶ ନ ଆସିବା ଯାଏଁ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖାଯିବ। ପ୍ରାୟ ୩ ବର୍ଷ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନଥିଲା। ଏହାପରେ ୧୮ ଶହ ପଦ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା।ବୟସ ଅତିକ୍ରାନ୍ତ ପ୍ରାର୍ଥୀଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ରହିଛି। ବୟସ ଅତିକ୍ରାନ୍ତ ପ୍ରାର୍ଥୀଙ୍କୁ ସୁଯୋଗ ପାଇଁ ନିର୍ଦ୍ଦେଶ ଥିଲା। ଏ ନେଇ ହାଇକୋର୍ଟଙ୍କ ଜଣିକିଆ କଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

ଖଣ୍ଡପୀଠଙ୍କ ନିର୍ଦ୍ଦେଶରେ ବୟସ ଅତିକ୍ରାନ୍ତ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଇଥିଲେ ସୁଦ୍ଧା ସେମାନଙ୍କର ରେଜଲ୍ଟ ପ୍ରକାଶ ହୋଇନି। ଏଥିରେ ୧୮୦୦ରୁ ଉର୍ଦ୍ଧ୍ୱ ପଦବୀ ପାଇଁ ୧୭ରୁ ପ୍ରକ୍ରିୟା ଆରମ୍ଭ ହୋଇଥାଆନ୍ତା। ଆସନ୍ତା ୨୦ରେ ପରବର୍ତ୍ତୀ ଶୁଣାଣି ପାଇଂ ଦିନ ଧାର୍ଯ୍ୟ କରାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital