ଓଡ଼ିଶାରେ ୫ ବର୍ଷରେ ପଞ୍ଜିକୃତ ହୋଇଛି ୧.୫ ଲକ୍ଷରୁ ଅଧିକ ଇଲେକ୍ଟ୍ରିକ୍ ଯାନ

ଓଡ଼ିଶା ବିଧାନସଭାରେ ଗୁରୁବାର ଦିନ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସବସିଡି ବଣ୍ଟନ ତଥ୍ୟରୁ ଜଣାପଡିଛି ଯେ ଓଡ଼ିଶାରେ ପଞ୍ଜିକୃତ ଇଲେକ୍ଟ୍ରିକ୍ ଯାନ (ଇଭି) ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୧,୫୫,୦୬୮ ଯାନ ପଞ୍ଜିକୃତ ହୋଇଛି।ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ପରିବହନ ମନ୍ତ୍ରୀ ଓଡ଼ିଶା ବିଧାନସଭାକୁ ସୂଚନା ଦେଇଛନ୍ତି ଯେ ସରକାର ଏପର୍ଯ୍ୟନ୍ତ ମୋଟ ₹୨୩୨.୪୫ କୋଟି ସବସିଡି ରାଶି ପ୍ରଦାନ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ଓଡ଼ିଶା ଇଲେକ୍ଟ୍ରିକ୍ ଯାନ ନୀତି ୨୦୨୧ ଅଧୀନରେ ୧,୨୨,୫୭୮ ହିତାଧିକାରୀଙ୍କୁ ଲାଭ ଦେଇଛି।ଏହି ତଥ୍ୟରୁ ସ୍ପଷ୍ଟ ହେଉଛି ଯେ, ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନ ପ୍ରତି ଲୋକଙ୍କ ଆଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଏବଂ ସବସିଡି ଯୋଜନା ଏହାର ମୁଖ୍ୟ କାରଣ ଭାବରେ ଚିହ୍ନିତ ହୋଇଛି ।

ଅଧିକ ପଢନ୍ତୁ

Odisha Darpan Digital