ହୋଲି ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ରଙ୍ଗର ପର୍ବ ହୋଲି, ଆଜି ସାରା ଦେଶରେ ପାଳିତ ହେଉଛି । ରଙ୍ଗ ଲେକେ ଖେଲଦେ ଗିତଠୁ ନେଇ ଅବୀର ବୋଳାବୋଳି ପଣା ପିଇ ସମସ୍ତେ ହୋଲି ସେଲିବ୍ରେଟ କରୁଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତା ଦେଶବାସୀଙ୍କୁ ହୋଲିର ଅଭିନନ୍ଦନ ଜଣାଇଛନ୍ତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ଏକ୍ସରେ ହୋଲିର ଶୁଭେଚ୍ଛା ଶୁଭକାମନା ଜଣାଇ କହିଛନ୍ତି ଆନନ୍ଦର ଏହି ପର୍ବ ଏକତା, ପ୍ରେମ ଏବଂ ସଦଭାବନାର ବାର୍ତ୍ତା ଦିଏ। ଏହି ପର୍ବ ଭାରତର ମୂଲ୍ୟବାନ୍ ସାଂସ୍କୃତିକ ଐତିହ୍ୟର ପ୍ରତୀକ ମଧ୍ୟ। ଏହି ପବିତ୍ର ପର୍ବ ଅବସରରେ ଆମେ ସମସ୍ତେ ସମୃଦ୍ଧି ଏବଂ ଖୁସିର ରଙ୍ଗ ଆଣିବା ପାଇଁ ପ୍ରତିଜ୍ଞା କରିବା। ପ୍ରଧାନମନ୍ତ୍ରୀ ମଧ୍ୟ ଗତକାଲି ଠାରୁ ଦେଶବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଦୋଳ ଗୋବିନ୍ଦଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ଭରିଯାଉ ।

ଅଧିକ ପଢନ୍ତୁ