ବାହାହୋଇ ଫଶିଗଲେ ପ୍ରଦୀପ ମାଝୀ

ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ ମାଝୀ ଭତରା ସମାଜରୁ ବାସନ୍ଦ ହୋଇଛନ୍ତି। ପୂର୍ବରୁ ହୁଏତ ଆପଣମାନେ ଶୁଣିଥିବେ ଜାତିଭେଦ କଥା। ଯାହାକି ସାଧାରଣତଃ ଗାଁ ଗାଉଁଲିରେ ଅଧିକ ଦେଖିବାକୁ ମିଳେ। ଜଣେ ଯଦି ନିଜ ଜାତି ଛଡ଼ା ଅନ୍ୟ ଜାତିରେ ବିବାହ କରେ ତାକୁ ଜାତିଭେଦର ଶିକାର ହେବାକୁ ପଡେ। ଯଦିଓ ଏହି ଘଟଣା ପୂର୍ବରୁ ପ୍ରାୟ ଜାଗାରେ ଦେଖିବାକୁ ମିଳୁଥିଲା।

ହେଲେ ଏବେକା ଦିନରେ କାଁ ଭାଁ କେଉଁଠି ଏହି କୁସଂସ୍କାର ଏବ ବି ଲୁଚି ରହିଛି। ଯାହା ପ୍ରଦୀପ ମାଝୀଙ୍କ କ୍ଷେତ୍ରରେ ଘଟିବା ପରେ ସାମ୍ନାକୁ ଆସିଛି।ତାଙ୍କୁ ୧୨ ବର୍ଷ ପାଇଁ ବାସନ୍ଦ କଲା ଭତରା ସମାଜର କେନ୍ଦ୍ରୀୟ କମିଟି। ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ବାସନ୍ଦ ନିଷ୍ପତ୍ତି ହୋଇଛି। ଧାମନାଗୁଡ଼ା ବୈଠକରେ କେନ୍ଦ୍ରୀୟ କମିଟି ଏହି ନିଷ୍ପତ୍ତି ନେଇଛି। ତେବେ ଏଯାବତ୍‌ ବାସନ୍ଦ ନିଷ୍ପତ୍ତି ନେଇ ପ୍ରଦୀପ ମାଝୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅଧିକ ପଢନ୍ତୁ