ପଞ୍ଚଭୂତରେ ବିଲୀନ ହେଲେ ଦେବେନ୍ଦ୍ର

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମଙ୍ଗଳବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମଙ୍ଗଳବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ଧର୍ମେନ୍ଦ୍ର ପ୍ରଧାନ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟ ସମ୍ପନ୍ନ ବେଳେ ରାମନାମ ସତ୍ୟ ହେ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ପରିବେଶ। ଶେଷକୃତ୍ୟ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂରୀ ଏମ୍‌ପି ସମ୍ବିତ୍‌ ପାତ୍ର, ଯୋଗଗୁରୁ ବାବା ରାମଦେବଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ରାଜ୍ୟ କାର୍ଯ୍ୟାଳୟଠାରେ ଶେଷ ଦର୍ଶନ ସରିବା ପରେ ତାଙ୍କ ପାର୍ଥିବ ଶରୀରକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱରର ପ୍ରାଚୀବିହାର ସ୍ଥିତ ବାସଭବନକୁ ଅଣାଯାଇଥିଲା। ପରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ପାର୍ଥିବ ଶରୀର ବାହାରିଥିଲା।

ଅଧିକ ପଢନ୍ତୁ

Odisha Darpan Digital