ଡାକ୍ତରଖାନା ଲାଟ୍ରିନରେ ମୃତ ଶିଶୁ ପ୍ରସବ କଲେ ଛାତ୍ରୀ

ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟ ପରିସରରେ ମୃତ ଛୁଆ ଜନ୍ମ କରିଛନ୍ତି ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ । ଛାତ୍ରୀ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସ(ହଷ୍ଟେଲ)ରେ ରହୁଥିବା ବେଳେ ଘର କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ବୋଲି ଜଣାପଡିଛି ।ଗୁରୁବାର ସକାଳୁ ଛାତ୍ରୀଜଣଙ୍କର ପେଟରେ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଛାତ୍ରୀଜଣକ ପରିସ୍ରା କରିବାକୁ ଯାଇ ଶୌଚାଳୟ ଭିତରେ ଏକ ମୃତ ଛୁଆକୁ ଜନ୍ମ କରିଥିଲେ। ବର୍ତ୍ତମାନ ଛାତ୍ରୀଜଣକ ମେଡିକାଲର ମାତୃଶିଶୁ ବିଭାଗରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି ।

ଛାତ୍ରୀଜଣକ ପୂର୍ବରୁ ଗର୍ଭବତୀ ଥିବା ସମ୍ପର୍କରେ କିଛି ଜାଣିନଥିବା ସଫେଇ ଦେଇଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ । ଅନ୍ୟପକ୍ଷେ ହଷ୍ଟେଲ କର୍ତ୍ତୃପକ୍ଷ ଛାତ୍ରୀଙ୍କର ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିବା ଜଣାପଡିଛି।ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହଷ୍ଟେଲକୁ କିଛି ଦିନ ବ୍ୟବଧାନରେ ଚେକ୍‌ ଅପ୍‌ ପାଇଁ ଡାକ୍ତର ଆସୁଥିଲେ ମଧ୍ୟ ଘଟଣା ସମ୍ପର୍କରେ କିପରି କିଛି ଜଣାପଡିଲା ନାହିଁ ତାହା ସାଧାରଣରେ ଆଲୋଚନାର ବିଷୟ ।

ଅଧିକ ପଢନ୍ତୁ

Odisha Darpan Digital