ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଇସ୍କନକୁ ଅନୁରୋଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଅଦିନିଆ ରଥଯାତ୍ରାକୁ ନେଇ ବଢୁଥିବା ବିବାଦ ଭିତରେ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରା ନ କରିବାକୁ ଅନୁରୋଧ କରାଯାଇଛି । ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ଅଦିନିଆ ରଥଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ନିବେଦନକୁ ଇସ୍କନ ମାନିବ କି ନାହିଁ ତାହା ଏ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନି । କାରଣ ଭାରତ ଭିତରେ ଇସ୍କନର ସବୁ ପ୍ରକାର ନିଷ୍ପତ୍ତି ଗୋଟିଏ ସଂଗଠନ ନେଉଥିବା ବେଳେ ବିଦେଶରେ ଇସ୍କନର ନିଷ୍ପତି ଆମେରିକାର ଆଉ ଏକ ସଂଗଠନ ନେଇଥାଏ ।
ତେଣୁ ଭାରତ ବାହାର ନିଷ୍ପତ୍ତି ସେହି ସଂଗଠନ ନେବ । ତେବେ ସନାତନ ଧର୍ମ ଅନୁସାରେ ନୀତିକାନ୍ତିରେ ପାଳିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।