ହୋଟେଲ ଓ ହୁକା ବାର୍‌ ଉପରେ ପୋଲିସର ଚଢ଼ାଉ

ଆକ୍ସନରେ ବହ୍ମପୁର ପୋଲିସ। ସହରର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଓ ହୁକା ବାର୍ ଉପରେ ହେଉଛି ଘନ ଘନ ଚଢ଼ାଉ। ଜବତ କରାଯାଉଛି ହୁକା ସାମଗ୍ରୀ। ବ୍ରହ୍ମପୁର ସହରରେ ଖୁଲମ ଖୁଲା ଚାଲିଥିବା ଅନେକ ହୁକା ବାର୍‌ ଉପରେ ଶୁକ୍ରବାର ଏଭଳି ଚଢ଼ାଉ କରିଛି ପୋଲିସ । ଘଟଣାରେ ୭ଟି ଅପରାଧିକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। ବ୍ରହ୍ମପୁର ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବେଆଇନ୍‌ ଭାବରେ ଚାଲିଥିଲା ହୁକ୍କା ବାର୍‌। ଏହି ହୁକ୍କା ବାର୍‌ ଗୁଡ଼ିକରେ ଅନେକ ସମୟରେ ଲାଗି ରହୁଥିଲା ଗ୍ରାହକଙ୍କ ଭିଡ଼। ବିଶେଷ କରି ନାବାଳକ ଏହି ହୁକ୍କା ବାର୍‌ ଗୁଡ଼ିକରେ ଭିଡ଼ ଜମାଉଥିଲେ। ଏନେଇ ଖବର ପାଇ ଉକ୍ତ ହୁକ୍କା ବାର୍‌ ଗୁଡ଼ିକରେ ଚଢାଉ କରିଛି ବ୍ରହ୍ମପୁର ପୋଲିସ।ନିଶା ଦ୍ରବ୍ୟ ବିକ୍ରି କରିବାର କୌଣସି ଅନୁମତି ଦର୍ଶାଇ ପାରିନାହାନ୍ତି ସମ୍ପୃକ୍ତ ହୋଟେଲ ତଥା ବାର୍‌ ମାଲିକ।ନାବାଳକମାନେ ଏଭଳି ନିଶା ଦ୍ରବ୍ୟ ସେବନ କରୁଥିଲେ। ଏହାର ମୂଲ୍ୟ ଭିନ୍ନ ଭିନ୍ନ ଥିବା ବେଳେ ଅଧା ଘଣ୍ଟାକୁ ୩୦୦ରୁ ୫୦୦ ଟଙ୍କା ରଖୁଥିଲେ ବୋଲି କହିଛନ୍ତି ବ୍ରହ୍ମପୁର ଏସପି।

ଅଧିକ ପଢନ୍ତୁ

kc ads