କଇଁଚଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ

ଋଷିକୁଲ୍ୟା ମୁହାଁଣରେ ଏକ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୮ ହଜାର ୭୭୯ ଓ ଦ୍ୱିତୀୟ ଦିନରେ ୩୯ ହଜାର ୫୨୧ ମା’ କଇଁଚ ଅଣ୍ଡାଦାନ କରିଛନ୍ତି। ସମୁଦ୍ରକୂଳ ନିକଟରେ ଅନେକ କଇଁଛ ପହଁରୁଥିବାରୁ ଆଉ କିଛିଦିନ ଗଣ ଅଣ୍ଡାଦାନ ହେବାର ଆଶା କରାଯାଉଛି। ବନ ବିଭାଗ ପକ୍ଷରୁ କଇଁଛଙ୍କ ସୁରକ୍ଷାକୁ କଡାକଡ଼ି କରାଯାଇଛି। ବିଶେଷକରି ପୋଡ଼ମପେଟାଠାରୁ ସିଦ୍ଧାନ୍ତ ନଗର ଓ ସମୁଦ୍ର ମୁହାଁଣଠାରୁ ପୁରୁଣାବନ୍ଧ ମା’ ଗଙ୍ଗାଦେବୀ ସମ୍ମୁଖ ପର୍ଯ୍ୟନ୍ତ ବେଳାଭୂମିରେ ଅଣ୍ଡାଦାନ ହୋଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୬ଲକ୍ଷ ୯୮ ହଜାର ୭୧୮ କଇଁଛ ଗଣ ଅଣ୍ଡାଦାନ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital