ମହଙ୍ଗା ପଡ଼ିଲା ଶୁଆକୁ ଫାଶୀ ଦେଇ ରିଲ୍ସ କରିବା ।

ମହଙ୍ଗା ପଡ଼ିଲା ଶୁଆକୁ ଫାଶୀ ଦେଇ ରିଲ୍ସ କରିବା । ଅନୁଗୁଳ ଜିଲା ଆଠମଲ୍ଲିକ ନାକଟି ଦେଉଳରୁ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବିରି ଖାଇଥିବାରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ଆଠମଲ୍ଲିକ ଡିଏଫ୍ଓ କହିଛନ୍ତି ।

ସୂଚନାମୁତାବକ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଜାମୁଝରି ଗ୍ରାମର ଭଗନା ପେନ୍ଥେଇ ନାମରେ ଜଣେ ଯୁବକ ଏକ ଶୁଆକୁ ମାରି ରିଲସ ପ୍ରସ୍ତୁତ କରି ତାହାକୁ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଗତ ୨୧ ତାରିଖରେ ଅପଲୋଡ଼ କରିଥିଲେ। ଏହା ପିସିସିଏଫଙ୍କ ନଜରକୁ ଆସିବା ପରେ ଏନେଇ ତନାଘନା ହୋଇଥିଲା। ସମ୍ପୃକ୍ତ ଯୁବକକୁ ଗିରଫ କରିବାକୁ ଆଠମଲ୍ଲିକ ବନଖଣ୍ଡଅଧକାରୀଙ୍କୁ ପିସିସିଏଫ ନିର୍ଦେଶ ଦେଇଥିଲେ। ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ସଂପୃକ୍ତ ଯୁବକ କିଶୋରନଗର ବ୍ଲକ ଠେଲକନାଳି ଗ୍ରାମକୁ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ଶୁଆକୁ ସେ ହତ୍ୟା କରିନାହିଁ କେବଳ ରିଲ୍ସ କରିଥିଲା ବୋଲି ସଂପୃକ୍ତ ଯୁବକ ବୟାନ ଦେବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଥିବା ପୋଲିସ କହିଛି ।

ଅଧିକ ପଢନ୍ତୁ

Odisha Darpan Digital