ୱାକଫ୍ ସଂଶୋଧନ ବିଲକୁ ରାଜ୍ୟସଭାରେ ବିରୋଧର କରିବ ବିଜେଡି

କେନ୍ଦ୍ର ସରକାର ଲୋକସଭାରେ ଉପସ୍ଥାପନ କରିଛନ୍ତି ଓ୍ବାକଫ୍ ସଂଶୋଧନ ବିଲ୍ । ବିରୋଧୀ ଓ ବିଭିନ୍ନ ମୁସଲିନ ସଂଗଠନ ବିଲକୁ ଜୋରଦାର ବିରୋଧ କରୁଛନ୍ତି । ଏହାରି ମଧ୍ୟରେ ରାଜ୍ୟସଭାରେ ଏହି ବିଲକୁ ବିଜେଡି ବିରୋଧ କରିବ ବୋଲି ଜଣାପଡିଛି। ଦଳର ରାଜ୍ୟ ସଭା ଏମପି ତଥା ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏହି ସୂଚନା ଦେଇ କହିଛନ୍ତି ଯେ, ଏହି ବିଲରେ ଅନେକ ଗୁରୁତର ସମସ୍ୟା ରହିଛି, ଯାହା ଓ୍ବକଫ ସମ୍ପତ୍ତିର ପରିଚାଳନା ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାର ଉପରେ ପ୍ରଭାବ ପକାଇପାରେ।ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ପ୍ରଥମ ଥର ପାଇଁ ଲୋକସଭାରେ ୱାକଫ ସଂଶୋଧନ ବିଲ୍ ଆଗତ କରାଯାଇଥିଲା । ବିରୋଧୀଙ୍କ ତୀବ୍ର ବିରୋଧ ପରେ, ଏହାକୁ ଏକ ମିଳିତ ସଂସଦୀୟ କମିଟିକୁ ପଠାଯାଇଥିଲା ।

ଏହି କମିଟି ଏହାକୁ ଯାଞ୍ଚ କରି ଏନେଇ ଏକ ରିପୋର୍ଟ ଦାଖଲ କରିଥିଲା । ବିଲରେ ବିବାଦୀୟ ପରିବର୍ତ୍ତନ ମଧ୍ୟରେ କେନ୍ଦ୍ରୀୟ ୱାକଫ ପରିଷଦ ଏବଂ ୱାକଫ ବୋର୍ଡରେ ଅଣ-ମୁସଲମାନ ସଦସ୍ୟଙ୍କ ପାଇଁ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହା ସହିତ, ୱାକଫ ଭାବରେ ଚିହ୍ନଟ ସରକାରୀ ସମ୍ପତ୍ତି ୱାକଫ ବୋର୍ଡର ହେବ ନାହିଁ ଏବଂ କଲେକ୍ଟର ମାଲିକାନା ନିର୍ଣ୍ଣୟ କରିବେ ବୋଲି ଏଥିରେ ଉଲ୍ଲେଖ ରହିଛି ।୨୦୧୩ରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଓ୍ବକଫ (ସଂଶୋଧନ) ବିଲ ଆଣିଥିଲେ। ଏହି ବିଲରେ ଓ୍ବକଫ ସମ୍ପତ୍ତିର ପରିଚାଳନା ଓ ସୁରକ୍ଷା ପାଇଁ କେତେକ ନୂଆ ନିୟମ ପ୍ରସ୍ତାବ କରାଯାଇଥିଲା। ସେତେବେଳେ ବିଜେଡି ଏହି ବିଲକୁ ସମ୍ପୂର୍ଣ୍ଣ ବିରୋଧ ନକରି ମଧ୍ୟ ଏହାର କେତେକ ଧାରା ଉପରେ ଆପତ୍ତି ଉଠାଇଥିଲା।

ଅଧିକ ପଢନ୍ତୁ

Odisha Darpan Digital