ଲୋକ ସଭା ପରେ ରାଜ୍ୟ ସଭାରେ ଓ୍ବକ୍‌ଫ ବିଲ୍‌ ପାରିତ

୨୦୨୪ ଲୋକ ସଭା ନିର୍ବାଚନ ପରେ ଭାଜପାର ଆସନ ସଂଖ୍ୟା ପୂର୍ବାପେକ୍ଷା ଊଣା ହୋଇଛି। କିନ୍ତୁ ଶାସକ ଦଳ ସଂସଦରେ ନିଜ ଶକ୍ତି ବଜାୟ ରଖିଛି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ବହୁଚର୍ଚ୍ଚିତ ତଥା ବିବାଦୀୟ ଓ୍ବକ୍‌ଫ (ସଂଶୋଧନ) ବିଲ୍‌, ୨୦୨୫କୁ ସଂସଦରେ ପାରିତ କରାଇବାରେ ସଫଳ ହେବା ଏହାକୁ ପ୍ରମାଣିତ କରିଛି। ଲୋକସଭା ପରେ ରାଜ୍ୟସଭାରେ ୱାକଫ ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ଏଥିସହ ୱାକଫ୍ ଏବେ ଆଇନରେ ପରିଣତ ହେବାରୁ ମାତ୍ର ଗୋଟିଏ ପାଦ ଦୂରରେ। ବିଲକୁ ଏବେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ଓ୍ବକ୍‌ଫ (ସଂଶୋଧନ) ବିଧେୟକ, ୨୦୨୫ ମୁସଲମାନମାନଙ୍କ ଅଧିକାରଗୁଡ଼ିକୁ ଛଡ଼ାଇନେବ ବୋଲି ବିରୋଧୀ ଆଣୁଥିବା ଅଭିଯୋଗକୁ ଗୁରୁବାର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଖଣ୍ଡନ କରିିଥିଲେ। ଲୋକ ସଭାରେ ଓ୍ବକ୍‌ଫ (ସଂଶୋଧନ) ବିଲ୍‌ ପାରିତ ହେବାର ଦିନକ ପରେ ରାଜ୍ୟ ସଭାରେ ଉକ୍ତ ବିଧେୟକକୁ ଆଗତ କରି ରିଜିଜୁ କହିଥିଲେ, ଏହା ଏକ ସମାବେଶୀ ବିଲ୍‌। ଏଥିରେ ମୁସଲିମ ମହିଳାଙ୍କ ସଶକ୍ତୀକରଣ ଲକ୍ଷ୍ୟ ରଖାଯାଇଛି।

ସେହିପରି ମୁସଲମାନ ସମ୍ପ୍ରଦାୟର ସବୁ ବର୍ଗଙ୍କ ଅଧିକାର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ବିଲରେ ଅନେକ ତ୍ରୁଟି ରହିଛି। ମୁସଲିମ୍ ସମ୍ପ୍ରଦାୟକୁ ହଇରାଣ କରିବା ପାଇଁ ସରକାର ଏହି ବିଲ୍ ଆଣିଛନ୍ତି। ୱାକଫ ବୋର୍ଡକୁ ନେଇ ଆଇନ ପୂର୍ବରୁ ରହିଛି ଏବଂ ଏଥିରେ ପରିବର୍ତ୍ତନ କରାଯାଇପାରିବ। ଏଥିପାଇଁ ନୂଆ ବିଲର ଆବଶ୍ୟକତା ନାହିଁ। ଏହି ବିଲକୁ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ।

ଅଧିକ ପଢନ୍ତୁ

kc ads