ମହାପ୍ରଭୁଙ୍କ ଦୈନନ୍ଦିନ ସେବାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଶୁକ୍ରବାର ସେବାୟତମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି।ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ନିଯୋଗର ସେବାୟତ ସାମିଲ ଅଛନ୍ତି। ଆଜି ଓ ଆସନ୍ତା କାଲି ଦୁଇଦିନ ଧରି ଚାଲିବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ତତ୍ୱାବଧାନରେ ଏହି ପ୍ରଶିକ୍ଷଣ ଦିଆଯାଉଛି।ସୂଚନା ଯୋଗ୍ୟ, ଶିବିରରେ ପ୍ରଶିକ୍ଷଣ ନେବା ନେଇ ସେବକମାନେ ନିଜ ନାମ ପଞ୍ଜୀକରଣ କରିଥିଲେ। ଏଥିରେ ପଞ୍ଜୀକୃତ ସମସ୍ତ ସେବାୟତଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।ସେବାୟତମାନଙ୍କ ମଧ୍ୟରେ ମନମତାନ୍ତରକୁ ନେଇ କିଛି ସମୟରେ ନୀତିକାନ୍ତିରେ ଅବହେଳା ମଧ୍ୟ ହୁଏ। ଆଗକୁ ଯେପରି ଏସବୁ କିଛି ନହେବ, ସେଥିପାଇଁ ସେବାୟତମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।
 
			
 
 
         
 
         
									 
									
									 
                        